Site icon Awaj Media

ତ୍ରିଶୁଳିଆ ବଜାରରେ ପତାକା ଉତ୍ତୋଳନ କଲେ ବିଜେପି ନେତା ଅଜୟ ମୁଦୁଲି !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ଦେଶରେ ସ୍ୱାଧୀନତାର ୭୫ ତମ ସମାରୋହକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି . ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଫରଫର ହୋଇ ଉଡୁଛି ତ୍ରିରଙ୍ଗା . କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର ପ୍ରବେଶ ଦ୍ୱାର ତ୍ରିଶୁଳିଆ ବଜାରରେ ଯଥାବିଧି ଜାତୀୟ ଦିବସ ପାଳିତ ହୋଇଯାଇଛି . ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ସ୍ଥାନୀୟ ସମାଜସେବୀ ତଥା ବିଜେପି ନେତା ଅଜୟ ମୁଦୁଲି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି . ସୂଚନାଯୋଗ୍ୟ , ସ୍ୱାଧୀନତା ଦିବସ ପାଳନ ଅବ୍ୟହତି ପୂର୍ବରୁ ଗତକାଲି ତ୍ରିଶୁଳିଆ ବଜାରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ ସହିତ ମୁଖ୍ୟ ରାସ୍ତା ଏବଂ ସର୍ବସାଧାରଣ ସ୍ଥାନ ସବୁକୁ ଅଜୟ ମୁଦୁଲିଙ୍କ ଆବାହକତ୍ୱରେ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା .

Exit mobile version