Site icon Awaj Media

ବଜ୍ରପାତରେ ଟଳି ପଡିଲେ ବୃଦ୍ଧ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୁଷକାପଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ଘଟିଯାଇଛି l ବଜ୍ରପାତ ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାର ଜଣାଯାଇଛି l ସୂଚନା ମୁତାବକ ଅପରାହ୍ନ ସମୟରେ ଭୁଷକାପଡ଼ା ଗ୍ରାମର ସଞ୍ଜୟ ମହାନ୍ତି ଙ୍କ ବାପା ଭ୍ରମର ମହାନ୍ତି ବିଲରୁ ଚାଷ କାମ ସାରି ଫେରୁଥିବା ବେଳେ ହଠାତ ଘଡଘଡି ସହ ବଜ୍ରପାତ ହୋଇଥିଲା l ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଥିଲା l ପରିବାର ବର୍ଗ ତାଙ୍କୁ ବାଣପୁର ମେଡିକାଲକୁ ନେଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ ବାଣପୁର ମେଡିକାଲ ଡାକ୍ତର ସନ୍ଦୀପ ମହାନ୍ତି ବାଣପୁର ପୋଲିସକୁ ସୂଚନା ଦେବା ପରେ ପୋଲିସ ଶବ ଜବତ କରି ତଦନ୍ତ ଜାରିରଖିଛି l

Exit mobile version