ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନିର୍ଣ୍ଣାୟକ ମୋଡରେ ଭାପୁର ବ୍କକ ଅଧ୍ୟକ୍ଷା – ଉପାଧ୍ୟକ୍ଷ ବିବାଦ . ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ବିରୋଧରେ ଆଜି ଅନାସ୍ଥା ପ୍ରସ୍ତାବ ଭୋଟ । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ସକାଳ ୮ଟା ସମୟ ରୁ ଭାପୁର ବ୍କକ ପରିସର ଓ ଭାପୁର ବଜାରରେ ୧୪୪ ଧାରା କଟକଣା ଜାରି ।
ପ୍ରଶାସନିକ ନିର୍ଦ୍ଦେଶ ଅନୁସାରେ ସକାଳ ୮ ଟା ରୁ ଭାପୁର ବ୍ଲକ ପରିସର ଠାରୁ ୧୦୦ ମିଟର ପରିସୀମା ଏବଂ ଓ ଭାପୁର ବଜାର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ . ୧୪୪ ଧାରା ଅଞ୍ଚଳ ଦେଇ ସାଧାରଣ ଲୋକମାନଙ୍କ ଯାତାୟତ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲାଗୁ କରାଯାଇଛି । ସୂଚନାଯୋଗ୍ୟ ଯେ , ଗତ ଏକ ମାସ ଧରି ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା ଲାଗି ରହିଥିଲା . ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା ମାତ୍ରାଧିକ ଦୁର୍ନୀତିରେ ଲିପ୍ତ ଥିବାର ଅଭିଯୋଗ ଆଣି ଆଇନ ର ଆଶ୍ରୟ ନେଇଥିଲେ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା . ତେବେ ବ୍ଲକ ଅଧ୍ୟକ୍ଷାଙ୍କୁ ପଦଚ୍ୟୁତ କରିବା ପାଇଁ ଗୟାଧରଙ୍କ ଗୋଟି ଚାଳନାରେ ଆଗତ ହୋଇଥିଲା ଅନାସ୍ଥା ପ୍ରସ୍ତାବ . ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ହେବାକୁ ଥିବା ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି .

