Site icon Awaj Media

ନରସିଂହପୁର ଲେଖକ ସାମ୍ମୁଖ୍ୟ ର ସାହିତ୍ୟ ଆସର ।

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ନରସିଂହପୁର ଲେଖକ ସାମ୍ମୁଖ୍ୟ ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଙ୍କ ସଭାପତିତ୍ୱରେ ଏକ ସାହିତ୍ୟ ଆସର ଓ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ଦେବଦତ୍ତ ମଳୟ କୁମାର ବରାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂଜିନିୟର ରାମ ସେବକ ବରାଳ ମୁଖ୍ୟ ଅତିଥି, ଅଧ୍ୟାପକ ଡାଃ ପ୍ରଫୁଲ୍ଲ କୁମାର ସାହୁ ମୁଖ୍ୟ ସଂଯୋଜକ, ଶିକ୍ଷାବିତ ନିରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା, ସମାଜସେବୀ ସୁନୀଲ କୁମାର ହୋତା, ନରସିଂହପୁର ସାମ୍ବାଦିକ ସଂଘର ସଭାପତି ଦେବୀପ୍ରସାଦ ରଥ, ଶିକ୍ଷାବିତ ଦେବରାଜ ସ୍ୱାଇଁ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଆଲୋଚନା କରିଥିଲେ । ଏହି ଅବସରରେ କବି ବୀଣାପାଣି ଜେନା , ବୈକୁଣ୍ଠ ବିହାରୀ ନାୟକ, କାଳନ୍ଦୀ ଚରଣ ନାୟକ, ସରୋଜ କୁମାର ସାହୁ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ସାମ୍ବାଦିକ ମହେଶ୍ଵର ସେଠୀ, ସଞ୍ଜୟ କୁମାର ପଟ୍ଟନାୟକ, ଆଇନୀଜୀବୀ ରବିନ୍ଦ୍ର ନାଥ ସାହୁ ଓ ରଘୁନାଥ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ରେ ଭାଗନେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

Exit mobile version