Site icon Awaj Media

ମହାମହିମ ରାଜ୍ୟପାଳଙ୍କୁ ଭେଟିଲେ ବାଙ୍କୀ ବୁଦ୍ଧିଜୀବୀ ପରିଷଦର ସଦସ୍ୟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଐତିହାସିକ ପୃଷ୍ଠଭୂମିରୁ ରୁଦ୍ଧିମନ୍ତ ବାଙ୍କୀ , ଭୌଗଳିକ ଅବସ୍ଥିତି ଦୃଷ୍ଟିରୁ ସମୃଦ୍ଧ ହେଉଛି ବାଙ୍କୀ . ହେଲେ ବାଙ୍କୀ ଆଜି ଅବହେଳିତ . ସାମାଜିକ ଅର୍ଥନୈତିକ , ସାଂସ୍କୃତିକ ଭିତ୍ତିଭୂମିରେ ଅବହେଳିତ ହୋଇପଡିଛି ବାଙ୍କୀର ବିବିଧ କ୍ଷେତ୍ର . ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଏବଂ ତାହାର ଦୂରୀକରଣ ପାଇଁ ଦାବୀ କରି ମହାମହିମ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ବାଙ୍କୀ ବୁଦ୍ଧିଜୀବୀ ପରିଷଦର ସଦସ୍ୟ . କୋଭିଡ ନିୟମାବଳୀ ଅନୁଯାୟୀ ମହାମହିମ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଅନୁଷ୍ଠାନ ତରଫରୁ ଜଣଙ୍କୁ ଅନୁମତି ମିଳିବା ପରେ , ଅନୁଷ୍ଠାନର ଉପ ସଭାପତି ସତ୍ୟନାରାୟଣ ସାମନ୍ତ ରାଜଭବନ ଭିତରକୁ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କୁ ଭେଟି ଏକ ୯ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି . ବାଙ୍କୀ ଅଞ୍ଚଳର କଳା ନୈପୁଣ୍ୟତାର ନିଦର୍ଶନ ସ୍ୱରୂପ ବାଙ୍କୀର କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଏକ ପଟ୍ଟଚିତ୍ର ମହାମହିମ ରାଜ୍ୟପାଳ ଙ୍କୁ ଉପହାର ମଧ୍ୟ ଦିଆ ଯାଇଥିଲା . ଦାବୀର ଗୁରୁତ୍ୱକୁ ବିଚାର କରି ଆଗାମୀ ଦିନରେ ବାଙ୍କୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ ସହିତ ମା ଚର୍ଚ୍ଚିକାଙ୍କ ଦର୍ଶନ କରିବେ ବୋଲି ରାଜ୍ୟପାଳ ମହୋଦୟ ପ୍ରତିଶ୍ରୁତି ଦେଇଛନ୍ତି .

Exit mobile version