ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ୫୧୧ ଦିବସରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ । ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ବିଭିନ୍ନ କୋଣରେ ଆଜକୁ ଦୀର୍ଘ ୫୧୧ ଦିନ ଧରି ନିରବଚ୍ଛିନ୍ନ ଭାବରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବସ୍ତି ଅଞ୍ଚଳ ସମେତ ରେଲୱେ ଷ୍ଟେସନରେ ଜୀବନ କାଟୁଥିବା ଗରିବ ଅସହାୟ ମାନଙ୍କୁ ଫାଉଣ୍ଡେସନର ୫୦୮ତମ ଓ ୫୦୯ତମ ଦିବସ ପର୍ଯ୍ୟନ୍ତ ଦୁଇ ଦିନ ଧରି କରୋନା ସଚେତନତାସହ ସାନ୍ଧ୍ୟ କାଳୀନ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ କରାଯାଉଥିବାର ଦେଖିବାକୁ ମିଳିଥିଲା । ଗରିବ ଅସହାୟ ଓ ଭିକ୍ଷୁକ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଶୁଖିଲା ଓ ରନ୍ଧା ଖାଦ୍ୟ, ଓ.ଆର.ଏସ, ମାକ୍ସ, ସାବୁନ, ସାନିଟାଇଜର, ବସ୍ତ୍ର ଆଦି ବଣ୍ଟନ କରାଯାଇଥିଲା । ଏଥିରେ ଫାଉଣ୍ଡେସନ ପକ୍ଷରୁ ମାଷ୍ଟର ମିହୀର କୁମାର, ପ୍ରଭାତ କୁମାର ମହାଳିକ, ରଞ୍ଜନ ବଳ, ଶ୍ରୀମତୀ ଦେବୀ ପ୍ରଧାନ, ଶ୍ରୀମତୀ ମଧୁସ୍ମିତା ନାୟକ, ଶଶିକାନ୍ତ ପଣ୍ଡା, ସୁରେନ୍ଦ୍ର ପାଣ୍ଡବ ଆଦି ସହଯୋଗ କରିଥିଲେ ।
