Site icon Awaj Media

କଟକ ଜିଲ୍ଲା ଶୈବ ପୂଜକ ପରିଚାଳନା ସଦସ୍ୟଙ୍କ ଆଭାସୀ ବୈଠକ

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲାର ଶୈବ ପୂଜକ ପରିଚାଳନା ସଦସ୍ୟ ମାନଙ୍କୁ ନେଇ ଏକ ଡିଜିଟାଲ ମିଟିଂ ଆୟୋଜନ କରାଯାଇଥିଲା । ଏହି ମିଟିଂ ର ଉଦ୍ଦେଶ୍ୟ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ମାନଙ୍କରେ ଥିବା ଶୈବ ପୂଜକ ସମ୍ପ୍ରଦାୟର ସମସ୍ତ ସେବାୟତ ମାନଙ୍କୁ ଏକତ୍ରୀତ କରି ନିଜର କୌଳିକ ସେବା ସହ ଆଗାମୀ ଦିନରେ ସରକାରଙ୍କ ନିକଟରେ ଶୈବ ସମ୍ପ୍ରଦାୟକୁ ଏକ ସ୍ୱତନ୍ତ୍ର ମାନ୍ୟତା ଦେଇ ସମାଜର ଆଗ ଧାଡିରେ ଉପସ୍ଥିତ କରାଇବା ପାଇଁ ଦାବି ଉପସ୍ଥାପନ କରିବା । ସଂଘ ଦ୍ୱାରା ସମସ୍ତ ଶୈବ ପୂଜକ ମାନେ ଭାଇଚାରା କୁ ବଞ୍ଚାଇ ରଖିବା ପାଇଁ ଆଲୋଚନା କରାଯାଇଥିଲା । ଏବେ କରୋନା କଟକଣା ଲାଗୁ ହୋଇଥିବାରୁ ଡିଜିଟାଲ ମିଡ଼ିଆ ମାଧ୍ୟମରେ ରାଜ୍ୟ ସଭାପତି ଲଳିତ କୁମାର ମହାପାତ୍ର ଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଏହି ସଭା ଆୟୋଜନ କରାଯାଇଥିଲା । ସମସ୍ଵରରେ ଜୟ ଶିବଶମ୍ଭୁ କହି ବିରୁପାକ୍ଷ ରଣା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Exit mobile version