ଢେଙ୍କାନାଳରେ ଶ୍ରୀ ଶ୍ରୀ ରଘୁନାଥଜୀଉ ଙ୍କ ଝୁଲଣ ପର୍ବ ପାଳିତ !!!

0
214

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳରେ ଶ୍ରୀ ଶ୍ରୀ ରଘୁନାଥଜୀଉ ଙ୍କ ଝୁଲଣ ପର୍ବ ପାଳିତ . ଢେଙ୍କାନାଳର ଝାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ଝୁଲଣ ପର୍ବ ପାଳିତ ହୋଇଯାଇଛି । ଆଜିଠାରୁ ପାଞ୍ଚ ଦିନ ବ୍ୟାପି ଏହି ଝୁଲଣ ପର୍ବ ମଠର ପରମ୍ପରା ଅନୁସାରେ ପାଳିତ ହେବ । ମଠର ନୀତିକ୍ରାନ୍ତି ଓ ପରମ୍ପରା ଅନୁସାରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ, ଲକ୍ଷ୍ମଣ ଲାଲ ଏବଂ ମା ସୀତା ଙ୍କର ଏହି ଝୁଲଣ ପର୍ବ ପାଳିତ ହେବ । ଠାକୁରଙ୍କୁ ମନ୍ଦିରରୁ ମଠର ମଠାଧିସ ମହନ୍ତ ଶ୍ରୀ ବ୍ରହ୍ମାନନ୍ଦଜି ଦାସ ମହାରାଜ ଓ ତାଙ୍କର ଗୁରୁଭାଇ ବିଶ୍ୱମ୍ବର ଦାସଜି ନିଜ କୋଳରେ ଧରି ଝୁଲାଇ ଝୁଲାଇ ଠାକୁର କୁଞ୍ଜକୁ ବିଜେ କରାନ୍ତି । ଠାକୁର ଦୋଳିକୁଞ୍ଜରେ ବସିବା ପରେ ସେଠାରେ ନାନା ପ୍ରକାରର ଭୋଗ ଲାଗିବାପରେ ଠାକୁରଙ୍କ ଏକଶହ ଆଠ ଆଳତି କରାଯାଇଥାଏ । ଆଜିଠାରୁ ପାଞ୍ଚ ଦିନ ଧରି ସ୍ୱତନ୍ତ୍ର ନୀତି କାନ୍ତି ଅନୁସାରେ ପରମ୍ପରାଗତ ପୂଜାର୍ଚ୍ଚନା ଚାଲିବ ।

LEAVE A REPLY

Please enter your comment!
Please enter your name here