Site icon Awaj Media

କୁଣ୍ଡଳୀ ମାରି ବସିଛନ୍ତି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ରତ କର୍ମଚାରୀ ଦୀର୍ଘ 10 ବର୍ଷରୁ ଉର୍ଦ୍ଧ କର୍ମଚାରୀ କାର୍ଯ୍ୟରତ ଅଛନ୍ତି।ସେମାନଙ୍କୁ ଅନ୍ୟତ୍ର ବଦଳି କରିବା ସକାଶେ ଅଞ୍ଚଳ ବାସୀ ଦାବି କରୁଥିଲେ ସୁଦ୍ଧା ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉ ନାହିଁ ସରକାରଙ୍କ ନିୟମ ଅନୁଯାୟୀ 3 ବର୍ଷ ପରେ ବଦଳି ହେବା କଥା କିନ୍ତୁ10 ବର୍ଷ ରୁ ଉର୍ଦ୍ଧ୍ବ ବଦଳି ନହେବା ଅଞ୍ଚଳବାସୀଙ୍କୁ ଚକିତ କରୁଛି।ସ୍ଥାନୀୟ ଲୋକ ହୋଇ ଥିବାରୁ ଅଞ୍ଚଳ ବାସୀଙ୍କୁ ନାଲି ଆଖି ଦେଖାଇ ସରକାରଙ୍କ ଯୋଜନା ବାଟବଣା ଓ ଦୁର୍ନୀତି ହେଉଥିବାର ଅଭିଯୋଗ ହେଉଛି। ସରକାର ଏ ପଟେ ସ୍ୱଚ୍ଛତା ବଜାୟ ରଖୁ ଥିବା ବେଳେ ସେମାନଙ୍କୁ ଅନ୍ୟତ୍ର ବଦଳି ନ ହେବା ସମସ୍ତ ଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ତେଣୁ ଏଥିପ୍ରତି ବିଭାଗୀୟ ନିର୍ଦ୍ଦେଶକ ବା ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବି ହେଉଛି।

Exit mobile version