Site icon Awaj Media

ଅନଲାଇନରେ ଜମି ରାଜସ୍ୱ ଜମା : ଅସୁବିଧା ଭୋଗୁଛନ୍ତି ଚାଷୀ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳା ତହସିଲ ଅଧୀନରେ ରହିଥିବା ଗ୍ରାମ ଗୁଡିକର ଚାଷୀମାନେ ଅନ ଲାଇନରେ ଜମିର ଖଜଣା ବାନ୍ଧିବା ଅସୁବିଧା ହେଉଥିବା ଅଭିଯୋଗ ହେଉଛି। ଅନଲାଇନରେ ବାନ୍ଧି ବାକୁ ବିଭିନ୍ନ ଜନସେବା କେନ୍ଦ୍ରକୁ ଯାଇ ଘଣ୍ଟା ଘଣ୍ଟା ଜଗିବା ପରେ ମଧ୍ୟ ନେଟସମସ୍ୟା ବିଦ୍ୟୁତ ସମସ୍ୟା ରହୁଥିବାରୁ ଚାଷୀ ବାରମ୍ବାର ଜନ ସେବା କେନ୍ଦ୍ରକୁ ଯିବାକୁ ପଡୁଛି ବର୍ତ୍ତମାନ ଚାଷୀ ସମବାୟ ସମିତିରେ ପାଞ୍ଜିକୃତ ମଣ୍ଡି ଖାତା ପାଇଁ ଜମିର ଖଜଣା ଚଳିତ ବର୍ଷର ରସିଦ ଦରକାର ଥିବାରୁ ଚାଷୀ ବିଭିନ୍ନ ଜନସେବା କେନ୍ଦ୍ର ଯିବାକୁ ପଡୁଛି। ଏପଟେ ପଞ୍ଜିକୃତ ସକାଶେ ଚାଷୀଙ୍କୁ କମ ସମୟ ଦେଇ ଥିବାରୁ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି ଓ ଚାଷୀ ଚାଷ ନିମନ୍ତେ ବ୍ୟାଙ୍କରୁ କୃଷି ଋଣ ସକାଶେ ଜମିର ଖଜଣା ରସିଦ ଚଳିତ ବର୍ଷର ଦେବାକୁ ପଡୁଛି।ଯାହା ଫଳରେ କୃଷି ଋଣ ପାଇ ପାରିବେ।ଅନ ଲାଇନର ବ୍ୟବସ୍ଥା ହୋଇ ଥିବାରୁ ଚାଷୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି। ଏପଟେ ଚାଷୀ ରାଜସ୍ବ ବିଭାଗକୁ ନିଜର ସମସ୍ୟା ଆରଆଇ କିମ୍ବା ତହସିଲଦାରଙ୍କୁ ଅନ ଲାଇନରେ ଜମିର ଖଜଣା ବାନ୍ଧିବା ସମସ୍ୟା କହିଲେ କର୍ଣ୍ଣପାତ କରୁ ନାହାନ୍ତି ବୋଲି ଚାଷୀ ଅଭିଯୋଗ ହେଉଛି। ସରକାର ସ୍ୱଚ୍ଛତା ସକାଶେ ଅନଲାଇନର ରାଜସ୍ବ ବାନ୍ଧିବା ସକାଶେ ନିୟମ ରହିଛି ତେଣୁ ଚାଷୀ ଅନ ଲାଇନରେ ରାଜସ୍ବ ବାନ୍ଧିବା ସକାଶେ ସରକାରଙ୍କର ନିୟମ ରହିଛି ବୋଲି ଚାଷୀଙ୍କୁ ଫେରାଇ ଦେଉଛନ୍ତି। ଚାଷୀ ଅଫ ଲାଇନରେ ରାଜସ୍ବ ଖଜଣା ଜମିର ଜମା କରି ପାରିଲେ ଚାଷୀ କୂଳ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି।

Exit mobile version