Site icon Awaj Media

ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନଙ୍କୁ ନେଇ ବୃକ୍ଷ ରୋପଣର ଅଭିନବ ପ୍ରୟାସ !!!

Spread the love

ମୋରଡା ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନଙ୍କୁ ନେଇ ବୃକ୍ଷ ରୋପଣର ଅଭିନବ ପ୍ରୟାସ . ସ୍ୱେଚ୍ଛାସେବୀ ସଂଗଠନ ଉନ୍ନୟନ ର ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ନେଇ ବୃକ୍ଷ ରୋପଣ ପାଇଁ ଗ୍ରହଣ କରାଯାଇଛି ଅଭିନବ ପଦକ୍ଷେପ । ଉନ୍ନୟନ ପାଖାପାଖି 1000 ରୁ ଉର୍ଦ୍ଧ୍ୱ ସୟଂ ସହାୟକ ଗୋଷ୍ଠୀ କୁ ନେଇ ଉନ୍ନତି ମୂଳକ କାମ କରିଥାଏ । ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦା ପଞ୍ଚାୟତ ର ଘାଗରା ଗ୍ରାମରେ ସଂଗଠନ ତରଫରୁ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି । ବର୍ତ୍ତମାନ ସମୟରେ ଋତୁର ପରିବର୍ତ୍ତନ ଦେଖିବା ପାଇଁ ମିଳୁଛି , ଯାହା ଫଳରେ ବର୍ଷା ଠିକ୍ ଭାବରେ ହେଉନାହିଁ । ଚାଷ କାମରେ ବାଧା ଉପୁଜିଛି ଏବଂ ଦିନ କୁ ଦିନ ଯେମିତି ଅମ୍ଳଜାନ ର ଅଭାବ, ଅସମୟରେ ବାତ୍ୟା , ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ମାଡ଼ି ଆସୁଛି । ତେଣୁ ଏସ୍ ଏଚ୍ ଜି ଗ୍ରୁପ ର ମାଆ ମାନେ ବୃକ୍ଷ ରୋପଣ କରି ଏହାକୁ ଏଡାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ ର ସଂପାଦିକା ରଶ୍ମି ମହାନ୍ତି, ମୁଖ୍ୟ ବକ୍ତା ଭାବେ ଉନ୍ନୟନ ର ପ୍ରୋଜେକ୍ଟ କୋଡିନେଟର ସଂଜୀବ ଦାସ ଉପସ୍ଥିତ ରହି ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ତାଙ୍କର ଉନ୍ନତି ବିଷୟରେ ଭାଷଣ ମଧ୍ୟ୍ୟମ ରେ କହିଥିଲେ ! ଅନ୍ୟତମ ଅତିଥି ଭାବେ ଆମ ଓଡିଶା ଓ ସମ୍ବାଦ ର ସାମ୍ବାଦିକ ସତ୍ୟବ୍ରତ ଦାସ ଉପସ୍ଥିତ ଥିଲେ ! କାର୍ଯ୍ୟକ୍ରମ ଅବସରରେ କର୍ମକର୍ତ୍ତା ଭାବେ ହରେନ୍ଦ୍ର ମୋହନ ସିଂ, ସୁଚିସ୍ମିତା ସାହୁ ,ଶାଗରାମ ମୁର୍ମୁ , ସରୋଜ ଚାନ୍ଦ, ନବୀନ କୁମାର ସାହୁ ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version