Site icon Awaj Media

ଚିଲିକାରେ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ବୈଠକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାରେ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ବୈଠକ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବାଜି ସାରିଲାଣି ବିଗୁଲ . ତୃଣମୂଳ ସ୍ତରରେ ଦଳର ସ୍ଥିତି ସଜାଡିବାରେ ଲାଗି ପଡିଲେଣି ରାଜ୍ୟର ତିନି ପ୍ରମୂଖ ରାଜନୈତିକ ଦଳ . ଚିଲିକା ନିର୍ବାଚନ ମଣ୍ଡଳୀରେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜୁ ଜନତା ଦଳ । ଏଥିପାଇଁ ଏବେ ଠାରୁ ପ୍ରସ୍ତୁତ ହେଲେ ଖୋର୍ଦ୍ଧା ଓ ଚିଲିକା ଅଞ୍ଚଳର ସମସ୍ତ ନେତା । ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏକ କାର୍ଯ୍ୟକର୍ତ୍ତା ବୈଠକ । ଚିଲିକା ବ୍ଲକ୍ ବାଲୁଗାଁ ସ୍ଥିତ ବଣିକ ସଂଘଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁ କର୍ମୀ ଏକତ୍ରିତ ହୋଇଛନ୍ତି । ଏଥିରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ , ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେଵ , ଦେବେନ୍ଦ୍ର ମାନସିଂହ , ଛାତ୍ର ସଭାପତି ଖୋରଧା ବିଶ୍ଵଦିପ ପ୍ରଧାନ, ମିଡ଼ିଆ ସେଲ ଅଧ୍ୟକ୍ଷ ଓଡ଼ିଶା ମାନସ ମଙ୍ଗରାଜ, ଖୋର୍ଦ୍ଧା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ଜିଲ୍ଲା ପରିଷଦ ଚେୟାର ମ୍ୟାନ ପ୍ରଫୁଲ୍ଲ ଦଳାଇ, ଖୋର୍ଦ୍ଧା ମହିଳା ଜନତା ସଭାପତି ଗୀତା ପାଟଶାଣୀ , ରାଜ୍ୟ ସାଧାରଣ ସମ୍ପାଦକ ବିଜୁ ଯୁବ ଜନତା ଦଳ ଅମିତ୍ କୁମାର ମହାରଣାଙ୍କ ସମେତ ଅନେକ ସରପଞ୍ଚ , ୱାର୍ଡ ମେମ୍ବର ଓ ସାଧାରଣ ସଦସ୍ୟଙ୍କ ସହିତ ସ୍ଥାନୀୟ ସମସ୍ତ ସଭାପତି ସମ୍ପାଦକ ଉପସ୍ଥିତ ଥିଲେ । ଚିଲିକାର ବିକାଶ କିପରି ହେବ ଓ ଚିଲିକାକୁ କିପରି ସରସ ଓସୁନ୍ଦର କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।

Exit mobile version