କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ଓ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ କଟକ ସଦର ବ୍ଲକ କନ୍ଦରପୁର କଳା ପରିଷଦ କାର୍ଯ୍ୟାଳୟରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି . କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ଓ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନାଟ୍ୟକାର ଆଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟଅତିଥି , କନ୍ଦରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ମେଡିକାଲ୍ ଅଫିସର ସଂଜିବ ମହାନ୍ତି, ସମାଜସେବୀ ଅଭିରାମ ସାହୁ, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ଇଂ.ଆଶୋକ ବିଶ୍ଵାଳ , ରୁଦ୍ର ନାରାୟଣ ଦାସ, ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ୨୦ ଜଣ ଗଣମାଧ୍ୟମ ପ୍ରତିନଧି ଏବଂ ସମାଜସେବା କ୍ଷେତ୍ରରେ ସମାଜସେବୀ ପ୍ରଭାତ କୁମାର ଖଟୁଆ, ଇଂ.ବସନ୍ତ କୁମାର ରାଉତ, ଯୁବ ସମାଜସେବୀ ସଞ୍ଜୟ ସାହୁ, ସଚ୍ଚିଦାନନ୍ଦ ବାରିକ, ଭାସ୍କର ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ ସମ୍ପାଦକ ଦଇତାରି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ସରସ୍ଵତୀ କଳା ପରିଷଦ ଓ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଯୁବ ସମାଜସେବୀ ସଞ୍ଜୟ ସାହୁ ସମ୍ବର୍ଦ୍ଧିତ ।

