Site icon Awaj Media

କେନ୍ଦ୍ରାପଡ଼ା ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ୭୭ ତମ ଜନ୍ମ ଦିବସ ପାଳନ ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ୭୭ ତମ ଜନ୍ମ ଦିବସ ପାଳନ । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ୭୭ ତମ ଜୟନ୍ତୀ ପାଳିତ ହୋଇଯାଇଛି , ଏହି ଅବସରରେ କେନ୍ଦ୍ରାପଡା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍ ଜିଲ୍ଲା ସଭାପତି ଉମେଶ ପାଢ଼ୀ ଙ୍କ ନେତୃତ୍ୱ ରେ କେନ୍ଦ୍ରାପଡ଼ା ୨୧ ନମ୍ୱର୍ ୱାର୍ଡ ନିକଟ ଦୁହିରିଆ କୃଷ୍ଠ ରୋଗ ଆକ୍ରାନ୍ତ ପରିବାର ଗୁଡ଼ିକୁ ଶୁଖିଲା ଖାଦ୍ୟ ସହ କରୋନା ସହାୟତା ବଣ୍ଟନ କରାଯାଇଛି , ମୁଖ୍ୟ ଅତିଥି ଭାବରେ କଂଗ୍ରେସ ଓବିସି ସେଲ୍ ର ରାଜ୍ୟ ଉପ ସଭାପତି ଫକୀର ଚରଣ ଖଟୁଆ, ଜିଲ୍ଲା-ପରିଷଦ ପ୍ରାର୍ଥୀ ସନ୍ତୋଷ ବେହେରା , ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍ ରାଜ୍ୟ ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ଚୌଧୁରୀ ଙ୍କ ସମେତ କେନ୍ଦ୍ରାପଡ଼ା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍ ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ . ଗତକାଲି କରୋନା ରେ ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ବରଣ କରିଥିବା ଯୁବ କଂଗ୍ରେସ ସଂଗଠକ ସଂଗ୍ରାମ ଜେନା ଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା ।

Exit mobile version