Site icon Awaj Media

ବାଲ୍ୟବିବାହ ନିରୋଧ ସମ୍ପର୍କରେ ବୈଠକ ।

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବାଲ୍ୟବିବାହ ନିରୋଧ ସମ୍ପର୍କରେ ବୈଠକ । ନରସିଂହପୁର ରେ ବାଲ୍ୟ ବିବାହ ନିରୋଧ ସମ୍ପର୍କରେ ଏକ ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ନରସିଂହପୁର ଏବିଡିଓ ରଞ୍ଜନ କୁମାର ସ୍ୱାଇଁ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ସି ଡି ପି ଓ ମମତା ରାଉତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଦେଇଥିଲେ । ସବୁ ସ୍ଥାନରେ ଶିଶୁମାନଙ୍କର ସୁରକ୍ଷା ସହିତ କିଭଳି ବାଲ୍ୟବିବାହ କୁ ରୋକାଯାଇ ପାରିବ ସେଥିପାଇଁ ବିଷଦ ଆଲୋଚନା କରାଯାଇଥିଲା । ଏଥିରେ ଏ ବି ଇ ଓ ପ୍ରଫୁଲ୍ଲ କୁମାର ବେହେରା, ଶ୍ରୀମତୀ ଅର୍ଚ୍ଚନା ଦାସ, କାନପୁର ସ୍ଵାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରୀ, ଷ୍ଟାଫ୍ ନର୍ସ, ବ୍ଲକ ମହିଳା ମହାସଂଘ ସଭାନେତ୍ରୀ ଗୋଲାପରାଣୀ ପାତ୍ର, ସମାଜସେବୀ ଦେବଦତ୍ତ ମଳୟ କୁମାର ବରାଳ, ଶିକ୍ଷାବିତ ଦେବରାଜ ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆଜି ଏକ କାଳୀନ ବିଭିନ୍ନ ଗ୍ରାମପଞ୍ଚାୟତରେ ମଧ୍ୟ ବାଲ୍ୟବିବାହ ନିରୋଧ ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପରି କାର୍ଯ୍ୟକ୍ରମ ପ୍ରତି ତିନିମାସରେ ଥରେ ଆୟୋଜିତ ହେବ ବୋଲି ସିଡିପିଓ ସୂଚନା ଦେଇ ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version