ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ରେ ଦଶପଲ୍ଲା ବିଧାୟକଙ୍କ କର୍ମୀ ସମ୍ମିଳନୀ ଏବଂ ମାରାଥନ ଉଦଘାଟନ କାର୍ଯ୍ୟକ୍ରମ . ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଝୋଲା ଏବଂ ହରିପୁର ପଞ୍ଚାୟତ ରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ମାରାଥନ ଉଦଘାଟନୀ କାର୍ଯ୍ୟକ୍ରମ ଏବଂ କର୍ମୀ ସମ୍ମିଳନୀ ଆୟୋଜିତ . କରୋନା ସଚେତନତା କୁ ଆଖି ଆଗରେ ରଖି ବିଧାୟକ ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ କରିଥିଲେ . ସକାଳ ସମୟରେ ବାହାଡ଼ଝୋଲା ପଞ୍ଚାୟତ ର ବଡପଦା ଠାରେ ବିଧାୟକ ପହଞ୍ଚିବା ପରେ କର୍ମୀ ଏବଂ ପଞ୍ଚାୟତ ବାସୀ ତାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ । ପ୍ରଥମେ ଘରକୁ ଘର ବୁଲି ମାସ୍କ ବାଣ୍ଟିଥିଲେ ବିଧାୟକ , ପରେ ବାବା ଫୁଲେଶ୍ଵର ମନ୍ଦିରରେ ପଞ୍ଚାୟତ ର କର୍ମୀ ଏବଂ ଜନସାଧାରଣ ଙ୍କୁ ନେଇ ଅଭିଯୋଗ ଶୁଣାଣୀ କରିଥିଲେ । ବାହରୀ ହରିପୁର ପଞ୍ଚାୟତ ର ସିଆରିମାଳ ଗ୍ରାମକୁ ଯାଇ କୋଠ ଘର ଉଦଘାଟନ କରିଥିଲେ । ପରେ ବାହରୀ ସାଇ ବାବା ମନ୍ଦିର କୁ ଯାଇ ଦର୍ଶନ କରିବା ସହିତ ହରିପୁର ଗ୍ରାମରେ ଠାକୁରାଣୀ ମଣ୍ଡପ ଏବଂ ହତିଆସିଳା ବିରଞ୍ଚି ନାରାୟଣ ମନ୍ଦିର ପ୍ରାଙ୍ଗଣରେ ଥିବା ମଣ୍ଡପ କୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ବିଧାୟକ ଙ୍କ ସହ ନୁଆଗାଁ ବ୍ଳକ୍ ଅଧକ୍ଷ୍ୟ ଅନ୍ତର୍ଯ୍ୟାମୀ ସ୍ୱାଇଁ , ଉପଧକ୍ଷ୍ୟା ପୁଷ୍ପାଞ୍ଜଳୀ ସାହୁ , ନୁଆଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ନାୟକ , ନୁଆଗାଁ ବ୍ଳକ୍ ବିଜେଡି ସଭାପତି ସନ୍ୟାସୀ ସାମଲ, ନୟାଗଡ଼ ଜିଲା ଛାତ୍ର ବିଜେଡି ଉପ-ସଭାପତି ଅମୂଲ୍ୟ ସାହୁ ଉପସ୍ଥିତ ରହିଥିଲେ ।
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ରେ ଦଶପଲ୍ଲା ବିଧାୟକଙ୍କ କର୍ମୀ ସମ୍ମିଳନୀ ଏବଂ ମାରାଥନ ଉଦଘାଟନ କାର୍ଯ୍ୟକ୍ରମ !!!

