Site icon Awaj Media

ବାଙ୍କୀ ଯୁବ କଂଗ୍ରେସ ତରଫରୁ ସଂଗ୍ରାମ କେଶରୀ ଜେନାଙ୍କ ବିୟୋଗରେ ଶୋକସଭା !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଲଢୁଆ ଯୁବନେତା ସଂଗ୍ରାମ କେଶରୀ ଜେନାଙ୍କ ଅକାଳ ବିୟୋଗରେ ବାଙ୍କୀ ଯୁବ କଂଗ୍ରେସ ତରଫରୁ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଯାଇଛି . ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ଉପସ୍ଥିତିରେ , ବାଙ୍କୀ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶିବବ୍ରତ ମହାପାତ୍ରଙ୍କ ଆବାହକତ୍ୱରେ ବାଙ୍କୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ଏହି ଶୋକସଭାରେ ଯୁବ କଂଗ୍ରେସର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ . କଂଗ୍ରେସର ଆଗ ଧାଡ଼ିର ନେତା ସଂଗ୍ରାମ କେଶରୀ ଜେନା ଙ୍କ ଅକାଳ ନିଧନରେ ସମଗ୍ର କଂଗ୍ରେସ ପରିବାରରେ ଶୋକର ଛାୟା ଖେଳି ଯାଇଛି .

Exit mobile version