Site icon Awaj Media

ଚିନ୍ମୟ ଫାଉଣ୍ଡେସନ ର ନିରବଛିନ୍ନ ସେବାକାର୍ଯ୍ୟ !!!

Spread the love

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାମାଜିକ କାମ କରିବା ପାଇଁ ଆବଶ୍ୟକ କେବଳ ଦୃଢ ମନୋବଳ , ଏହା କରି ଦେଖାଇଛି ଅଗ୍ରଣୀ ସାମାଜିକ ସଂଗଠନ ଚିନ୍ମୟ ଫାଉଣ୍ଡେସନ . ୫୧୭ ଦିବସରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ । ସମ୍ପ୍ରତି ମହାମାରୀ କରୋନାର କରାଳ କାୟା ବିସ୍ତାର ସହ ତାଣ୍ଡବଲୀଳାର ବିଭୀଷିକା ଭିତରେ ସୃଷ୍ଟି ହୋଇଛି ସମାଜର ଆର୍ଥିକ ମାନ୍ଦାବସ୍ଥା । ନିମ୍ନ ବର୍ଗର ବ୍ୟକ୍ତି ତଥା ଗରିବ ଓ ଅସହାୟ ମାନଙ୍କ ଭିତରେ ଶୁଭୁଛି ହା-ଅନ୍ନ , ହା -ଅନ୍ନର ଚିତ୍କାର । ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡ଼ିକର ଦର ବୃଦ୍ଧି ପାଇବାରେ ଲାଗିଛି ।ଏ ସବୁରୁ ସାମୟିକ ଭାବରେ ରକ୍ଷା ପାଇ ପୁଣି ନିଜ ପରିବାରର ସମସ୍ୟାକୁ ସୁଧାରି ନେବାପାଇଁ କିଛି ସମୟ ଲାଗିବ । ତେବେ ଏହିଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଭୋକିଲାର ପେଟକୁ ଦାନା, ଦେହକୁ କନା ଆଉ ସମଗ୍ର ସମାଜକୁ ସଚେତନର ବାର୍ତ୍ତା ବାଣ୍ଟିବା ନିମନ୍ତେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ମାର୍ଚ୍ଚ ୨୨ତାରିଖ ୨୦୨୦ ମସିହାରୁ ଅଦ୍ୟାବଧି ନିରବଚ୍ଛିନ୍ନ ଭାବରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନେତୃତ୍ୱରେ ଜାରି ରହିଛି କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମର ୫୧୭ ତମ ଦିବସରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବସ ଷ୍ଟାଣ୍ଡ, ବନ୍ତ ଛକ, ବରପଦା, ସରସ୍ୱତୀ ବିହାର, ଧୂସୁରୀ , ଅସୁରାଳି , ମୋଟାଲ ଛକ ଆଦି ସ୍ଥାନ ମାନଙ୍କରେ ଗରିବ, ଅସହାୟ, ଭିକାରୀ, ମାନସିକ ବିକାରଗ୍ରସ୍ତ ଲୋକ , ଦୈନିକ କର୍ମଜୀବୀ ମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ବସ୍ତ୍ର, ମାକ୍ସ, ସାବୁନ, ସାନିଟାଇଜର, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯାଇଛି । ଏଥିରେ ଫାଉଣ୍ଡେସନ ପକ୍ଷରୁ ସୁରେନ୍ଦ୍ର ପାଣ୍ଡବ, ମାଷ୍ଟର ମିହିର କୁମାର, ଶ୍ରୀମତୀ ମଧୁସ୍ମିତା ନାୟକ ଆଦି ସହଯୋଗ କରିଥିଲେ ।

Exit mobile version