Site icon Awaj Media

ରଥଗଡା ନୂତନ ମାର୍କେଟ କମ୍ପ୍ଲେକ୍ସ ରେ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଦାବିପତ୍ର ପ୍ରଦାନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ରଥଗଡ଼ାସ୍ଥିତ ଗଣେଶ ବଜାର ନୂତନ ଭାବରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ରେ ପୂର୍ବତନ ମହିଳା ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ନନ୍ଦିନୀ ଶତପଥୀଙ୍କ ନାମରେ ନାମିତ କରିବା ସହିତ ମାର୍କେଟ କମ୍ପ୍ଲେକ୍ସ ପରିସରରେ ତାଙ୍କର ପ୍ରତିମୁର୍ତ୍ତି କରାଯିବା ପାଇଁ ଓଡିଶା ପ୍ରଗତି ଦଳ ଦାବି ରଖିଛି । ସ୍ୱର୍ଗତା ନନ୍ଦିନୀ ଶତପଥୀ ଢେଙ୍କାନାଳ ମାଟିର ଗର୍ବ ଓ ଗୌରବ ସହିତ ଓଡିଶା ମାଟିର ସ୍ୱାଭିମାନର ପ୍ରତୀକ ଅଟନ୍ତି । ତାଙ୍କର ଢେଙ୍କାନାଳ ଜିଲ୍ଲା ଓ ଓଡିଶା ପ୍ରତି ଅବଦାନ ଅତୁଳନୀୟ । ସେହିପରି ସିମିଳିଆ ଠାରୁ ବାଜିଚୌକ ପର୍ଯ୍ୟନ୍ତ ହୋଇଥିବା ଫ୍ଲାଏ ଓଭର ବ୍ରିଜ୍ ଟିକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜା ଆନ୍ଦୋଳନର ଅଗ୍ରଣୀ ସାରଥୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଓଡିଶା ପ୍ରଗତି ଦଳ ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବୀ କରିବା ସହିତ ବିନମ୍ର ନିବେଦନ କରିଛନ୍ତି । ଏହାକୁ ବିଚାରକୁ ନିଆଯାଇ କାର୍ଯ୍ୟକାରୀ କରାଗଲେ ଏହା ଢେଙ୍କାନାଳ ଜିଲ୍ଲା ତଥା ଓଡ଼ିଶାର ନାରୀ ସମାଜ ପ୍ରତି ଏକ ସମ୍ମାନର ଅଂଶ ରୂପେ ବିବେଚିତ ହୋଇପାରିବ ବୋଲି ଦଳ ଦାବି ଉପସ୍ଥାପନ କରିଅଛି । ଓଡିଶା ପ୍ରଗତିଦଳ ର ଜିଲ୍ଲା ସଭାପତି ପ୍ରତାପ ପଣ୍ଡା, ସଚ୍ଚିଦାନନ୍ଦ ନନ୍ଦ, ପ୍ରଦ୍ୟୁମ୍ନ ସାହୁ, ଚିନ୍ମୟ ବେହେରା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Exit mobile version