Site icon Awaj Media

ଓଡ଼ିଶା ଷ୍ଟେଟ ଫୁଡ଼ କମିଶନଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଓଡିଶା ଷ୍ଟେଟ ଫୁଡ କମିଶନ ପ୍ରମୋଦ କୁମାର ପରଜାପ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ , ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ନୀରଦ ରଞ୍ଜନ ଦାଶଙ୍କ ସହିତ ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ଖାଦ୍ୟ ସୁରକ୍ଷା ଯୋଜନା , ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡିକର କାର୍ଯ୍ୟକାରିତା , ସରକାରୀ ସୁଲଭ ସାମଗ୍ରୀ ଦୋକାନର ପରିଚାଳନା , ଛତୁଆ, ମକା ଚାଷ ଆଦି ସମ୍ପର୍କରେ ଆଲୋଚନା କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରୁ ଅଯୋଗ୍ୟ ହିତାକାରୀଙ୍କୁ ବାଦ ଦେଇ ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ତାଲିକା ଭୁକ୍ତ କରିବାକୁ କମିଶନ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ମହିଳାମାନେ କିଭଳି ଅଧିକ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥି ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ କହିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ କୌଣସି ଅଭିଯୋଗ ଆସିଲେ ତାହାର ତୁରନ୍ତ ସମାଧାନ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ଓଡିଶା ଷ୍ଟେଟ ଫୁଡ କମିଶନ କାମାକ୍ଷାନଗର ଅନ୍ତର୍ଗତ ରାଇନରସିଂହପୁର କୋଅପରେଟିଭ ସୋସାଇଟି , କୋଟଗରାର ମା ଜଗତ ଜନନୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କେନ୍ଦ୍ର କୁସୁମଯୋଡି ହିତ ଛତୁଚାଷ କେନ୍ଦ୍ର ଭ୍ରମଣ କରିଥିଲେ । ଅପରାହ୍ନରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁଷ୍ଟି ସାଧନ କେନ୍ଦ୍ର ଓ ସ୍ୱତନ୍ତ୍ର ଶିଶୁ ସୁରକ୍ଷା କେନ୍ଦ୍ର , ମଙ୍ଗଳପୁର ବ୍ରାହ୍ମଣୀ ସ୍ୱୟଂ ସହାୟକ ଗୋଷ୍ଠୀ , ବୌରାପଦା ଖମାର ଏବଂ ଗୋବିନ୍ଦପୁରର ବିଭିନ୍ନ ପୁଞ୍ଜି ଉଦ୍ୟାନ ଓ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି । ଚେୟାରମ୍ୟାନଙ୍କ ସହିତ କମିଶନ ମେମ୍ବର ସେକ୍ରେଟାରୀ ଦିଗବିଜୟ ନାଥ , କାଳୀ ମହାନ୍ତି ଅତିରିକ୍ତ ଜିଲ୍ଲାପାଳ , ଜିଲ୍ଲା ଯୋଗାଣ ଅଧିକାରୀ ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ରବି ନାରାୟଣ ତ୍ରିପାଠୀ , କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ରାଣୀ ମିଶ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ସଦର ବ୍ଲକର ବିଡ଼ିଓ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Exit mobile version