ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା ଘଟି କାର୍ଯ୍ୟରତ ଶ୍ରମିକ ଲିଫ୍ଟରେ ଚାପିହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତ ଶ୍ରମିକଙ୍କ ନାମ ରାହୁଲ ପାଶ୍ୱନ ହୋଇଥିବା ବେଳେ ତାଙ୍କ ବୟସ ୨୩ ବର୍ଷ ବୋଲି ଜଣାପଡିଛି ଏବଂ ତାଙ୍କ ଘର ଝାଡଖଣ୍ଡ ଅଞ୍ଚଳରେ ବୋଲି କଳିଙ୍ଗନଗର ପୋଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ଶ୍ରମିକ ଜଣଙ୍କ ପେଲେଟ ପ୍ଲାଣ୍ଟ ସାଇଟ ରେ ନିଜେ କ୍ରେନ ଚଳାଇ ଲିଫ୍ଟରେ କାମ କରୁଥିଲେ ଏବଂ ଲିଫ୍ଟରେ ଥିବା ଏକ ଲୁହ ଏଙ୍ଗଲ ସଂସ୍ପର୍ଶରେ ଆସି ଚାପି ହୋଇ ରହି ଯାଇଥିଲେ । ଫଳରେ କ୍ରେନଟି ଅଟୋମେଟିକ ବନ୍ଦ ହୋଇଯାଇଥିଲା ! ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଟାଟା ମେଡିକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କଳିଙ୍ଗନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାହୁଲଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ମେଡିକାଲକୁ ପଠାଇଛି ! ଘଟଣାର ସତ୍ୟାସତ୍ୟ ନିମନ୍ତେ ତଦନ୍ତ ଆରମ୍ଭ କରିଛି ପୁଲିସ ।
ଟାଟା କାରଖାନାରେ ଲିଫ୍ଟରେ ଚାପିହୋଇ ଝାଡଖଣ୍ଡ ଅଞ୍ଚଳର ଶ୍ରମିକଙ୍କ ମୃତ୍ୟୁ !!!

