Site icon Awaj Media

ପ୍ରତିନିଧି ସମାବେଶ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ !!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଡିଜିଟାଲ ମିଡ଼ିଆ କ୍ଷେତ୍ରରେ ଗତ ୨ ବର୍ଷ ଧରି କାମ କରି ଆସୁଥିବା ଆୱାଜ ମିଡ଼ିଆ ର ପ୍ରତିନିଧି ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରାଜଧାନୀ ଭୁବନେଶ୍ୱର ରେ ଆୟୋଜିତ ହୋଇଯାଇଛି . ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ର ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରତିନିଧି ସମାବେଶରେ 12 ଟି ଜିଲ୍ଲାରୁ 40 ରୁ ଅଧିକ ପ୍ରତିନିଧି ଯୋଗଦାନ କରିଥିଲେ . ପ୍ରବଚକ ଜଗଦ୍ଦିଶ ପ୍ରସାଦଙ୍କ ବେଦପାଠ ଧ୍ୱନୀରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମାଜସେବୀ ଇଂ ସତ୍ୟନାରାୟଣ ସାମନ୍ତ , ଆଡ଼ଭୋକେଟ ପ୍ରଦୀପ କୁମାର ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ଜୀବନ ରାୟ , ଏବଂ ସାମ୍ବାଦିକ ତଥା ରାଜନେତା ପ୍ରଣବ କିଶୋର ପଟେଲ , ସାମ୍ବାଦିକ ପରମେଶ୍ୱର ଦାସ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦାନ କରି ସାମ୍ବାଦିକତା ଉପରେ ସୁନ୍ଦର ବିଶ୍ଲେଷଣାତ୍ମକ ତଥ୍ୟ ଉପସ୍ଥାପନା କରିଥିଲେ . ସଂଯୋଗ ଟୁଡ଼େ ର ପ୍ରତିଷ୍ଠାତା ସୁଧୀର ସାହୁ , ଆହ୍ୱାନ ଟିଭିର ପରିଚାଳନା ମୁଖ୍ୟ ଅଜୟ କୁମାର ପଣ୍ଡା ଏବଂ ସାମାଜିକ କର୍ମୀ ଇଂ ସେବକ ଶ୍ରୀକାନ୍ତ ବେଉରା ନିମନ୍ତ୍ରିତ ଅତିଥି ରୂପେ ମଞ୍ଚରେ ଶୋଭା ବଢାଇଥିଲେ . ଆୱାଜ ମିଡ଼ିଆ ର ବ୍ୟୁରୋ ଚିଫ ସତ୍ୟବ୍ରତ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ସମୟରେ ଭୁବନେଶ୍ୱର ବ୍ୟୁରୋ ନିରଞ୍ଜନ ସାହୁ ଏବଂ ଶୁଭ୍ରାଂଶୁ ଶୁଭମୟ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ .

Exit mobile version