Site icon Awaj Media

ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଗୁରୁ ରଘୁନାଥ ପାତ୍ର ଙ୍କୁ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଓଡିଶୀ କଣ୍ଠଶିଳ୍ପୀ ତବଲା ବାଦକ ଗୁରୁ ରଘୁନାଥ ପାତ୍ରଙ୍କୁ ରାଜ୍ୟ ସ୍ତରରେ ଓଡିଶୀ କଣ୍ଠଶିଳ୍ପୀ ଭାବେ ସମ୍ମାନୀତ କରାଯିବା ସହ ମାନପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଛି । ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଗୁରୁ ରଘୁନାଥ ପାତ୍ରଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଉପ-ସଭାପତି ଅନ୍ତର୍ଯ୍ୟାମୀ ଗୋମଙ୍ଗ, ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ପାତ୍ର, ସୋସିଆଲ ମିଡିଆ ସଂଯୋଜକ ସୁରେଶ କୁମାର ମାଝୀ, ସ୍ୱାସ୍ ଅନୁଷ୍ଠାନର ମୁଖ୍ୟ ତଥା ବରିଷ୍ଠ ବିଜେଡି ନେତା ଏ. ଜଗନ୍ନାଥ ରାଜୁ ପ୍ରମୁଖ ସମ୍ବର୍ଦ୍ଧନା ଜଣାଇଥିଲେ । ଜଗତର ନାଥ ଜଗନ୍ନାଥ ତାଙ୍କର ଉତ୍ତରତ୍ତୋର ଉନ୍ନତି କରନ୍ତୁ ବୋଲି ସମସ୍ତେ କାମନା କରିଥିଲେ ।

Exit mobile version