Site icon Awaj Media

ଉପଳଡାରେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ବିଜୁ ଜନତା ଦଳ ତରଫରୁ ଉପଳଡା ଠାରେ ଦଳୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନ ସୁଦୃଢ ହୋଇ କିପରି ସଫଳତା ପାଇଁ ପାରିବ ତାହାରି ଉପରେ ଆଲୋଚନା ହୋଇଥିଲା , ଏହି ଅବସରରେ ଏକ ମିଶ୍ରଣ ପର୍ବରେ ଗୋଷାଣୀ ବ୍ଲକର ବାଘସଳା ପଞ୍ଚାୟତ , କଣ୍ଟ୍ରାଗଡ ପଞ୍ଚାୟତ ‌, ରାସୁରୁ ଗ୍ରାମ , ଚନ୍ଦନ ଖଳା ଗ୍ରାମ ଓ ପାଟିକୋଟା ଗ୍ରାମର ୨୦୦ ରୁ ଅଧିକ ବିଜେପି ଓ କଂଗ୍ରେସର କର୍ମୀ ଦଳ ଛାଡି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ସ୍ୱଛତାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ ।

ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ , ଯୁବ ସଭାପତି ଏସ. ଲିଙ୍ଗରାଜ , ଛାତ୍ର ସଭାପତି ବିଶ୍ୱଜିତ ତ୍ରିପାଠୀ ଗୋଷାଣୀ ବ୍ଲକର ବରିଷ୍ଠ ନେତା ବାଲା ଧନୁର୍ଜୟ , ନିର ଭୁୟାଁ , ଅଗରଖଣ୍ଡି ସରପଞ୍ଚ ଶିଶିର ପ୍ରଧାନ ଦଳୀୟ ଉତ୍ତରୀୟ ଦେଇ କର୍ମୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Exit mobile version