Site icon Awaj Media

ଶିବମନ୍ଦିର ପ୍ରାଙ୍ଗଣରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗନ୍ଧାପାଳ ଶିବମନ୍ଦିର ପ୍ରାଙ୍ଗଣରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ . ସୁକିନ୍ଦା ବ୍ଲକ ଅଧିନସ୍ଥ କୁହିକା ଗ୍ରାମପଞ୍ଚାୟତର ଗନ୍ଧାପାଳ ଗ୍ରାମ ର ଶିବମନ୍ଦିର ପ୍ରାଙ୍ଗଣରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସଂଘର ସୁକିନ୍ଦା ଶାଖା ନିଷ୍ପତି କ୍ରମେ ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଇଥିଲା । ସ୍ଥାନୀୟ ଡ୍ରାଇଭର ମାନେ କୁହିକାରୁ ପ୍ରଥମେ ଏକ ବାଇକ ଶୋଭାଯାତ୍ରା କରି ଗନ୍ଧାପାଳ ଶିବମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ପ୍ରଥମ ବର୍ଷ କେକ୍ କାଟିବା ପରେ ଗନ୍ଧାପାଳ ଯୁବକ ସଂଘ ସଭାଗୃହରେ ଏକ ବୈଠକ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସୁକିନ୍ଦା ଡ୍ରାଇଭର ମହାସଂଘର ସଭାପତି ଶମ୍ବୁନାଥ ମହାନ୍ତ ,ସମ୍ମାନିତ ଅତିଥି ଭାବେ ଉପ-ସଭାପତି ତାରାକାନ୍ତ ଜେନା ,ସମ୍ପାଦକ ବସନ୍ତ ମହାନ୍ତ, ସହ ସମ୍ପାଦକ ବଳିଆ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପିମ୍ପୁଡିଆ ପଞ୍ଚାୟତ ର ସଭ୍ୟ ଜଟିଆ ବାରିକ, କାଳନ୍ଦୀ ନାୟକ, ଲିଟୁଆ ବେହେରା, ରବିନ୍ଦ୍ର ବେହେରା, କୁହିକା ପଞ୍ଚାୟତ ର ଅଶେଷ ବାରିକ, ଧନୁଜ ନାୟକ ,ଚିତ୍ତରଞ୍ଜନ ବାରିକ , ବଳରାମ ନାୟକ, ଉଦୟ ମାହାକୁଡ, ଦୁର୍ଯ୍ୟୋଧନ ମଲ୍ଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version