Site icon Awaj Media

କାଳିଆପାଣି ଟାଟା ଖଣିରେ ଗାଡି ଲୋଡିଂ ନ ମିଳିବାରୁ ଖଣିରେ ଟ୍ରକ ଡ୍ରାଇଭରଙ୍କ ଆନ୍ଦୋଳନ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗାଡି ଚାଳକଙ୍କ ପ୍ରତି କମ୍ପାନୀ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟାଶୀଳ ମନୋଭାବ . ଗତକାଲି ଡ୍ରାଇଭର ଦିବସ ପାଳନ କାର୍ଯ୍ୟକ୍ରମ ଥିବାରୁ ସୁକିନ୍ଦା ଅଞ୍ଚଳରେ ଡ୍ରାଇଭର ମାନେ କାଳିଆପାଣି ଟାଟା ଖଣିକୁ ଗାଡି ଲୋଡିଂ ପାଇଁ ଯାଇ ନଥିଲେ . ତେବେ ଆଜି ଗାଡି ଡ୍ରାଇଭର ମାନଙ୍କୁ ଟାଟା ଖଣି ମଧ୍ୟରେ ପ୍ରବେଶ କରିବା ପାଇଁ ଟାଟା କତ୍ତୃପକ୍ଷ ବାରଣ କରିବାରୁ ଟାଟା ଖଣି ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା . କାଳିଆପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାୟୀ ସମାଧାନ ପାଇଁ ଚେଷ୍ଟା ଜାରି ରଖିଥିବା ସୂଚନା ଦେଇଛନ୍ତି କାଳିଆପାଣି ଥାନାର ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ମୁଦୁଲି । ତେବେ ଖଣି କର୍ତ୍ତୁପକ୍ଷଙ୍କର ଏପରି ଗଜଭିୟେ ନୀତିକୁ ସାଧାରଣରେ ନିନ୍ଦା କରାଯାଇଛି .

Exit mobile version