ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଡିଟୋରିୟମ ରେ କୃଷକ ଉତ୍ପାଦକ କର୍ମଶାଳା ଆୟୋଜିତ ହୋଇଯାଇଛି . ପ୍ରଶାନ୍ତ ରାଜ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ , ସୋଆ ର କ୍ଲଷ୍ଟର ମ୍ୟାନେଜର ସତ୍ୟନାରାୟଣ ନାୟକ ଯୋଗ ଦେଇଥିଲେ . ସିଦ୍ଧେଶ୍ୱର ପାଇକରାୟଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା . ବାଙ୍କୀ ଅଞ୍ଚଳର କୃଷି ଏବଂ କୃଷିଜାତ ପଦାର୍ଥର କ୍ରୟ ବିକ୍ରୟ ଉପରେ ଆଲୋଚନା ହୋଇଥିବା ବେଳେ କାର୍ଯ୍ୟକ୍ରମରେ ପ୍ରାୟ ପନ୍ଦରଟି ପଞ୍ଚାୟତର ଚାଷୀ ଯୋଗ ଦେଇଥିଲେ .
ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପଞ୍ଚାୟତର କୃଷକ ବନ୍ଧୁ ମାନଙ୍କୁ ନେଇ କୃଷକ ଉତ୍ପାଦକ ସଂଘ ଗଠନ ପ୍ରସ୍ତାବକୁ ସମସ୍ତେ ସ୍ୱାଗତ କରିଥିଲେ . ବାଙ୍କୀ ସଦର ମହକୁମା ସମେତ କଳାପଥର , ବୈଦେଶ୍ଵର , ବ୍ରହ୍ମପୁରା , ଅନୁଆରୀ , ଗୋଳାଗଣ୍ଡ , ରାମଚନ୍ଦ୍ରପୁର , ଡମପଡା , କନ୍ତପହରା , ତାଳବସ୍ତ ଇତ୍ୟାଦି ପଞ୍ଚାୟତର ଚାଷୀ ଭାଇମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ କୃଷକ ଉତ୍ପାଦକ ସଂଘ ଗଠନ ହେଲେ ଚାଷୀ ମାନେ ଉପକୃତ ହୋଇ ପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ .

