Site icon Awaj Media

ଯାଜପୁର ଜିଲ୍ଲା ରୁ ପୁଣି ଆସିଲା ବିକାଶ ର ବିକଳ ଚିତ୍ର ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ଯୋଜନା ପରେ ଯୋଜନା , ଘୋଷଣା ପରେ ଘୋଷଣା . ସହରଠୁ ଆରମ୍ଭ କରି ଗାଁ ଗହଳି ଯାଏଁ ରାସ୍ତା ଘାଟ ଛକ ବଜାରରେ ବଡ ବଡ ହୋଡିଂ . ଲାଗୁଛି ଯେମିତି ସାରା ଦେଶରେ ଆମ ରାଜ୍ୟ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଏକ ନମ୍ବର . ହେଲେ ନିୟମିତ ବ୍ୟବଧାନରେ ସାମନାକୁ ଆସୁଛି ଉଗନା ବ୍ୟବସ୍ଥାର ନଗ୍ନ ଚିତ୍ର . ଯାଜପୁର ଜିଲ୍ଲା ରୁ ପୁଣି ଆସିଲା ବିକାଶ ର ବିକଳ ଚିତ୍ର । ଖଟିଆ ରେ ବୁହାହେଲେ ଗର୍ଭବତୀ ମହିଳା । ରତ୍ନଗର୍ଭା ସୁକିନ୍ଦା ଖଣି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସ୍ଥାନୀୟ କଅଂଶ ପଞ୍ଚାୟତ ସାରୁଆବିଲି ଗାଁ ର ଚିରୁ ସାହି କୁ ନାହିଁ ରାସ୍ତା ଖଣ୍ଡେ । କାହାର ଦେହ ଖରାପ ହେଉ କି ଗର୍ଭବତୀ ମହିଳା ସମସ୍ତଙ୍କୁ ସାହା ସେଇ ଖଟିଆ ର ଦୋଳା । ସାହି ରୁ ଅଧ କିଲୋମିଟର ରୁ ଉର୍ଦ୍ଧ୍ଵ ବାଟ ଖଟିଆରେ ଦୋଳା କରି ବୋହି ବୋହି ନିଅନ୍ତି ସ୍ଥାନୀୟ ଲୋକେ । ମୁଖ୍ୟରାସ୍ତା ରେ ଅପେକ୍ଷା କରିଥାଏ ଆମ୍ବୁଲାନ୍ସ । ସୂଚନା ମୁତାବକ OMC ପକ୍ଷରୁ ସେଠାରେ ହୋଇଥିବା ଡ଼ମ୍ପିଂୟାର୍ଡ କୁ ପ୍ରତିଦିନ ଅନେକ ଭରିଯାନ ଯିବା ଆସିବା କରୁଛି । OMC ସେହି ସ୍ଥାନରେ ଜୋର ଜବରଦସ୍ତ ମାଟି ପଥର ଗଦା କରୁଛି । ଅସରାଏ ବର୍ଷାରେ ସେହି ରାସ୍ତା ମରଣ ଯନ୍ତା ପାଲଟିଛି । ସ୍ଥାନୀୟ ଲୋକେ ବାରମ୍ବାର ଖଣି କତ୍ତୃପକ୍ଷଙ୍କୁ ଏ ବାବଦ ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏହି ଅଞ୍ଚଳ ରୁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ନେଉଥିବା ବେଳେ ଅଞ୍ଚଳର ବିକାଶ ପାଇଁ ଖଣି କତ୍ତୃପକ୍ଷ କି ସରକାର କାହାର ଚିନ୍ତା ନାହିଁ । ସର୍ବନିମ୍ନ ସୁବିଧା ନଥିବାରୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏପରି ସ୍ଥିତିରେ ସାମନାକୁ ଆସୁଛି ଏକ ସ୍ୱାଭାବିକ ପ୍ରଶ୍ନ କାହା ସ୍ୱାର୍ଥରେ ଜିଲ୍ଲା ଖଣିଜ ପାଣ୍ଠି .

Exit mobile version