ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପାର୍ବଣ ଆସିବ ଆଉ କିଛି ଦିନ ପରେ । ସେଥିପାଇଁ ଖିଲିଖିଲି ହୋଇ ହସୁଛି କାଶତଣ୍ତି । ଶରତ ଋତୁ ପ୍ରାରମ୍ଭର ସୂଚନା ଦିଏ କାଶତଣ୍ତି ଫୁଲ । ସ୍ୱଚ୍ଛ ଏବଂ ନିର୍ମଳ ଏହି ସଫେଦ ଫୁଲ ଓଡିଶାର ବିଭିନ୍ନ ନଈପଠା ଓ ବିଲହୁଡା ମାନଙ୍କରେ ଫୁଟିଥାଏ । ପ୍ରାୟ ପାଞ୍ଚ ଫୁଟ ଉଚ୍ଚତାର ଏହି ଗଛ ମାନଙ୍କର ଡାଙ୍ଗ ଏବଂ ଫୁଲକୁ ହସ୍ତଶିଳ୍ପୀ ମାନେ ସଂଗ୍ରହ କରି ବିଭିନ୍ନ ଘରକରଣା ଜିନିଷ ତିଆରି କରନ୍ତି । ମା’ ମାନେ କାଶତଣ୍ତି ଗଛର ଶୁଖିଲା କାଠିକୁ ବାନ୍ଧି ତତଲା ବାଲିରେ ମୁଢି ଖଇ ଭାଜିବାର ଦୃଶ୍ୟ ସବୁ ଯାନ୍ତ୍ରିକ ଯୁଗର ରୁକ୍ଷ ପରିବେଶରେ ହଜିବାକୁ ବସିଲାଣି । ଶରତର ସୁଲୁସୁଲିଆ ପବନରେ ଗଛ ଗୁଡିକର ଦୋଳାୟମାନ ଦୃଶ୍ୟ ପ୍ରକୃତି ପ୍ରେମୀଙ୍କୁ ବିଭୋର କରେ । କବି ର କଲମ ରୁଦ୍ଧିମନ୍ତ ହୁଏ ସୃଜନୀର ଶବ୍ଦେ ଶବ୍ଦେ..। ଜଗତଜନନୀ ମା’ ଧରାପୃଷ୍ଠକୁ ଆଗମନ କରିବା ପୂର୍ବରୁ ଧୋବ ଫର ଫର କାଶତଣ୍ତି ଫୁଲ ପୃଥିବୀ ପୃଷ୍ଠରେ ଶୋଭାମଣ୍ତନ କରେ .
ଧରାବତରଣ କରିବେ ମା ‘ ଜଗତଜନନୀ : ଖିଲିଖିଲି ହୋଇ ହସୁଛି କାଶତଣ୍ତି !!!

