Site icon Awaj Media

ସାଗରଗାଁ ପଞ୍ଚାୟତ ଅଲଟ୍ରା ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ !!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କରିବା ରକ୍ତଦାନ – ବଞ୍ଚାଇବା ଜୀବନ, କରୋନା ମହାମାରୀ ସମୟରେ ଓଡ଼ିଶା ରେ ରକ୍ତାଭାବ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଆହ୍ୱାନରେ ଓ ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ରାଜ୍ୟ ସାଧାରଣ ସମ୍ପାଦକ ,ବିଜୁ ଯୁବ ଜନତା ଦଳଙ୍କ ସଂଯୋଜନା ରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସାଗର ଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଲଟ୍ରା ଭିନ୍ନକ୍ଷମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ କୁ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ବିଧାୟକ ବେଗୁନିଆ , ଅଲଟ୍ରା ଭିନ୍ନକ୍ଷମ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କରିଥିଲେ ଓ ପଞ୍ଚାୟତ ତରଫରୁ ବିଧାୟକ ଓ ଜନ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । କାର୍ଯ୍ୟକ୍ରମ ରେ ବୋଲଗଡ଼ ବ୍ଲକ୍ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ବିଜୁ ଯୁବ ଜନତା ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବୋଲଗଡ଼ ବ୍ଲକ୍ ଯୁବ ବିଜେଡି ସଭାପତି ରବୀନ୍ଦ୍ର ସୁବୁଦ୍ଧି, ସମାଜ ସେବୀ ଦୁର୍ଯ୍ୟୋଧନ ସ୍ୱାଇଁ, ଅଭିଷେକ ସିଂ ସାମନ୍ତ, ଶୁଭକାନ୍ତ ମହାପାତ୍ର, ସତ୍ୟପ୍ରକାଶ ସାହୁ, ଯୁଧିଷ୍ଠିର ବେହେରା, ପ୍ରସନ୍ନ ପ୍ରଧାନ, ସରପଞ୍ଚ ସୁବାଷ ଚନ୍ଦ୍ର ରାୟଗୁରୁ, ସମିତି ସଭ୍ୟ ଝୁନୁବାଳା ଜୟସିଂହ, ବିଜେଡି ପଞ୍ଚାୟତ ସଭାପତି ସରୋଜ କୁମାର ଛୋଟରାୟ, ବାନାମ୍ବର ମାଝି, ପ୍ରଫୁଲ୍ଲ କୁମାର ପ୍ରଧାନ , ଜୟକୃଷ୍ଣ ଫତେସିଂହ, ଉମାକାନ୍ତ ବିଶ୍ଵାଳ, ପ୍ରହଲ୍ଲାଦ ଭାରୀମଲ, ଲକ୍ଷ୍ମୀଧର ମହାନ୍ତି, ଦିଲୀପ ପଟ୍ଟନାୟକ , ରାଧାମୋହନ ସାହୁ, ଶୁଭେନ୍ଦୁ ମତଗଜ ସିଂ, ରଂଜନ ପ୍ରଧାନ, ଜିତେନ୍ଦ୍ର ରାଉତ, ଇନ୍ଦ୍ରମଣି ନାୟକ, ରାଜକିଶୋର ପରମାଣିକ ,ଫକୀର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବିଧାୟକ ବେଗୁନିଆ ଙ୍କ ପାଣ୍ଠି ରୁ ପଞ୍ଚାୟତ ର ସବୁ ପରିବାର ପାଇଁ ମାସ୍କ ପ୍ରଦାନ କରାଯାଇଛି । ମିଶନ ଶକ୍ତି ମା ମାନଙ୍କ ଦ୍ଵାରା ଏହି ମାସ୍କ ପ୍ରଦାନ କରାଯିବ । କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧକ୍ଷ ଗୋପାଳ ଚରଣ ବେହେରା, ବିଜେଡି ଜିଲ୍ଲା ଉପସଭାପତି ଦିଲିପ କୁମାର ମହାପାତ୍ର ଉପସ୍ଥିତ ଥିଲେ । ସେଣ୍ଟ୍ରାଲ ରେଡ୍କ୍ରସ ବ୍ଲଡ଼ ବ୍ୟାଙ୍କ କଟକ ଦ୍ୱାରା ୧୦୩ ୟୁନିଟ୍ ଓ ନୟାଗଡ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୭୨ ୟୁନିଟ ଏହିପରି ଭାବେ ୧୭୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ବିଧାୟକ ପଞ୍ଚାୟତ ର ରକ୍ତଦାତା ଓ ଆୟୋଜକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଦ୍ୟାଳୟ ପରିସରରେ ଅଭ୍ୟର୍ଥନା କକ୍ଷ କୁ ଉଦଘାଟନ କରିଥିଲେ ବିଧାୟକ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମ୍ପାଦକ ବ୍ରହ୍ମଚାରୀ ରାୟ ଓ ଅନ୍ୟ କର୍ମାରୀ ମାନଙ୍କ ସହ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଗୁରୁଦିବସ ପରି ଦିନରେ ଦିବ୍ୟାଙ୍ଗ ମାନଙ୍କ ଗହଣରେ ସମୟ ଅତିବାହିତ କରିଥିବାରୁ ସମସ୍ତ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ ବିଧାୟକ ।

Exit mobile version