Site icon Awaj Media

ମୌଳିକ ଅଧିକାରକୁ ନେଇ ତହସିଲଦାରଙ୍କୁ ଭେଟିଲେ ଶତାଧିକ ମହିଳା ଓ ପୁରୁଷ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ନୀଳାଦ୍ରି ବରବରା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଆଜି ପ୍ରବଳ ବର୍ଷା ସତ୍ତ୍ୱେ ଆସି ତହସିଲଦାର ଙ୍କୁ ଭେଟି ସେମାନଙ୍କର ଆପତ୍ତି ଅଭିଯୋଗ ଜଣାଇଛନ୍ତି . ଦୀର୍ଘ ଦିନ ହେବ ଦୁଇଟି ଆଦିବାସୀ ପଞ୍ଚାୟତର ବାସିନ୍ଦା ମାନେ ନିଜର ସାମ୍ବିଧାନିକ ଅଧିକାର ତଥା ଜୀବନ ଜୀବିକା ପାଇଁ ସଙ୍ଘର୍ଷ କରି ଆସୁଛନ୍ତି . ସେମାନଙ୍କର ବାପା ଅଜା ଅମଳରେ ଚାଷ ବାସ କରି ଚଳି ଆସୁଥିବା ଜଙ୍ଗଲ ଜମିକୁ ନିଜ ନାମ ରେ କରିବା ପାଇଁ ଆବେଦନ କରି ଆସୁଥିଲେ ମଧ୍ୟ ଆଜିଯାଏଁ ହାତ ଗଣତି କିଛି ଜଣଙ୍କୁ ମିଳିବା ଛଡା କାହାରିକୁ ଜମି ପଟା ମିଳିପାରି ନାହିଁ .

ସରକାରଙ୍କ ର ୨୦୦୬ ଜଙ୍ଗଲ ଅଧିକାର ଆଇନ୍ ମୁତାବକ ନିଜ ଗ୍ରାମରେ ଗ୍ରାମସଭା ଜଙ୍ଗଲ କମିଟି ମାଧ୍ୟମରେ ଆବେଦନ କରାଯାଇଛି . ଜଙ୍ଗଲ ରେ ଥିବା ଜମିକୁ ଉଭୟ ରାଜସ୍ୱ ଓ ଜଙ୍ଗଲ ବିଭାଗ ପକ୍ଷରୁ ମାପ ଚିହ୍ନଟ କରି ପ୍ରତ୍ୟକ ଆଦିବାସୀ ଙ୍କୁ ତାଙ୍କ ଦଖଲ ଜମି ବ୍ୟକ୍ତିଗତ ଅଧିକାର ଓ ଭୋଗ କରୁଥିବା ଜଙ୍ଗଲ କୁ ଗୋଷ୍ଟି ଅଧିକାର ରୁପେ ପ୍ରଦାନ କରାଯିବା କଥା . କିନ୍ତୁ ଆଇନ ହେବାର ଦୀର୍ଘ ୧୬ ବର୍ଷ ବିତିଥିଲେ ମଧ୍ୟ ବାଣପୁର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ଆଇନ କାର୍ଯ୍ୟକାରୀ ର କୌଣସି ଲକ୍ଷଣ ପ୍ରକାଶ ପାଇନି .

ତେଣୁ ଆଜି ଅଞ୍ଚଳର ଯୁବସାଥି ନୀଳକଣ୍ଠ ଶବର, ପ୍ରଦୀପ ଶବର, ରୋହିତ ଶବର, ଲକ୍ଷଣ ଶବର, ସଲମନ ଶବର, ହରମୋହନ ଜାନି, ସାବିତ୍ରୀ ଶବର, ମାଣିକ ଶବର ଙ୍କ ନେତୃତ୍ଵ ରେ ଆଦିବାସୀ ମାନେ ନିଜ ସମସ୍ୟା ସମ୍ପର୍କରେ ତହସିଲଦାର ମହୋଦୟ ଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ନିଜ ଜମି ପଟାରେ ତ୍ରୁଟିପୂର୍ଣ୍ଣ ଜାତି ଲେଖାଥିବା ପ୍ରାୟ ୫୦ରୁ ଉର୍ଦ୍ଧ ପଟାକୁ ସଂଶୋଧନ ନିମନ୍ତେ ତହସିଲଦାର ଙ୍କୁ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକତା ପରିଷଦ ଟ୍ରଷ୍ଟର ସନ୍ଧ୍ୟାଦେବୀ, ତାରାପ୍ରସାଦ ବାରିକ, ଜିତେନ୍ଦ୍ର ବରାଳ, ଟୁନି ଦାସ ଇତ୍ୟାଦି ଉପସ୍ଥିତ ରହି ସେମାନଙ୍କୁ ସହଯୋଗ କରିଥିଲେ ।

Exit mobile version