Site icon Awaj Media

ଉତ୍କଟ ହେଉଛି ଜଳ କଷ୍ଟ : ପୋଖରୀ ପୁନରୁଦ୍ଧାର ପାଇଁ ଦାବୀ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଖରସଣ୍ଡା ଗ୍ରାମରେ ବଢ଼ିବାରେ ଲାଗିଛି ପାନୀୟ ଜଳ ସମସ୍ୟା . ଗ୍ରାମରେ ଥିବା ପୋଖରୀ ପୁନଉଦ୍ଧାର ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦାବୀ ଜଣାଇଲେ ଗ୍ରାମବାସୀ . ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଖରସଣ୍ଡା ଗ୍ରାମରେ ପାନୀୟ ଜଳର ସମସ୍ୟା ଦିନକୁ ଦିନ ଉତ୍କଟ ହେଉଥିବାରୁ ତାହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି ସ୍ଥାନୀୟ ବାସିନ୍ଦା । ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଅନାମ ଚରଣ ପାତ୍ର ଓ ଗୋଶାଣି ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରିଦର୍ଶନକୁ ଯାଇଥିବା ସମୟରେ ଗ୍ରାମବାସୀ ପୋଖରୀ ର ପୁନଉଦ୍ଧାର ଓ ପାନୀୟ ଜଳର ସମସ୍ୟା ଉପରେ ଅବଗତ କରାଇଛନ୍ତି । ଦୀର୍ଘଦିନ ହେଲା ପୋଖରୀର ପୁନରୁଦ୍ଧାର ହୋଇ ପାରୁ ନଥିବାରୁ ତୁରନ୍ତ ଏହାର ପୁନରୁଦ୍ଧାର ସକାଶେ ଜିଲ୍ଲା ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି । ଏହି ସମସ୍ୟାର ସମାଧାନ ସକାଶେ ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ଆଲୋଚନା କରିଛନ୍ତି । ଦାବୀପତ୍ର ପ୍ରଦାନ ଏବଂ ଆଲୋଚନା ସମୟରେ ବ୍ଳକ ସହକାରୀ ଯନ୍ତ୍ରୀ, ସାଂସଦଙ୍କ ପ୍ରତିନିଧି ବାଲ ଧନଞ୍ଜୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Exit mobile version