ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସମ୍ମାନିତ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଇଂ ତୀର୍ଥବାସୀ ପଣ୍ଡା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସମେତ ମୁଖ୍ୟ ଅତିଥି ରୂପେ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଜୀ ଯୋଗଦାନ କରି ଗୁରୁ ରଘୁନାଥ ପାତ୍ରଙ୍କ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଅବଦାନର ଭୁୟସୀ ପ୍ରଶଂସା କରିଥିଲେ ।ଏଥି ସହିତ ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ବନ୍ଦନା ପରିବେଷଣ ହୋଇଥିଲା , ପରବର୍ତ୍ତୀ ପର୍ଯ୍ୟାୟରେ ସଙ୍ଗୀତ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଶ୍ରୀ ରଘୁନାଥ ପାତ୍ର, ବିଜୟ କୁମାର ପ୍ରଧାନ ଓ ତ୍ରିଲୋଚନ ପଣ୍ଡାଙ୍କୁ ଗୁରୁଦିବସ ଅବସରରେ ସମ୍ମାନୀତ କରା ଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଶ୍ରୀମତୀ ସ୍ନିଗ୍ଧ। ମିଶ୍ର ଓ ରାଜେନ୍ଦ୍ର କୁମାର ରଥ ପରିଚାଳନା କରିଥିଲେ । ଏହି ଅବସରରେ ଭକ୍ତି ସଙ୍ଗୀତ ସଂସଦ ପରିବାରର ସମସ୍ତ ସଦସ୍ୟ ଓ ଅଭିଭାବକ ଉପସ୍ଥିତ ରହି ଗୁରୁ ମାନଙ୍କୁ ସମ୍ମାନ ଜଣାଇବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଭକ୍ତି ସଙ୍ଗୀତ ସଂସଦ ତରଫରୁ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା !!

