Site icon Awaj Media

ଭୁବନେଶ୍ୱର ସାଂସଦଙ୍କ ଦୟାନନ୍ଦ ଆଦର୍ଶ ଆଶ୍ରମ ଗୁରୁକୂଳ ପରିଦର୍ଶନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପରିଛଳ ଗ୍ରାମରେ ଦୟାନନ୍ଦ ଆଦର୍ଶ ଆଶ୍ରମ ଗୁରୁକୂଳକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପରିଦର୍ଶନ କରିଥିଲେ । ପରେ ଏକ ଆଧ୍ୟାତ୍ମିକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଗୁରୁକୂଳର ପ୍ରତିଷ୍ଠାତା ବିଶିଷ୍ଟ ବିଦ୍ୱାନ ବିରେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ସଭାରେ ବିଜେପିର ବେଗୁନିଆ ବିଧାୟକ ପ୍ରାର୍ଥୀ ରିଷଭ ନନ୍ଦ , ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ସମାଜସେବୀ ପ୍ରକାଶ ବିଜୁଳି ଓ ଭିକାରୀ ଚରଣ ସାହୁ ପ୍ରମୁଖ ଯୋଗ ଆଧୁନିକ ଶିକ୍ଷା ବ୍ୟବସ୍ଥା ଠାରୁ ଆଧ୍ୟାତ୍ମିକ ଶିକ୍ଷା ବ୍ୟବସ୍ଥା ଜଣେ ଛାତ୍ରକୁ ଚରିତ୍ରବାନ, କର୍ମଠ ଓ ଉପଯୁକ୍ତ ଭାବରେ ସମାଜରେ ପ୍ରତିଷ୍ଠିତ କରାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।

Exit mobile version