Site icon Awaj Media

ରାସ୍ତା ମଝିରେ ଆଣ୍ଠୁଏ ପାଣି : ବିଭାଗ ସାଜିଛି ନିଦାବିଷ୍ଣୁ !!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରାମୋରି ପଞ୍ଚାୟତ ସଲପଡ଼ି ମୁସଲିମ ସାହି ରେ କଂକ୍ରିଟ ରୋଡ଼ ଉପରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ . ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଜମି ରହିଛି ଆଣ୍ଠୁଏ ପାଣି . ତ୍ରୁଟିପୂର୍ଣ୍ଣ ନିର୍ମାଣ କାମ ଯୋଗୁଁ , ସରକାର ଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ କିଛି ଲାଭ ହେଉନାହିଁ . ସାମାନ୍ୟ ବର୍ଷାରେ ରାସ୍ତା ମଝିରେ ଆଣ୍ଠୁଏ ପାଣି . ଯାହା ଫଳରେ ଗମନାଗମନ ନଧପ୍ରାପ୍ତ ହେବା ସହିତ ଗ୍ରାମ ର ଲୋକେ ଭୋଗୁଛନ୍ତି କଦର୍ଯ୍ୟ ଅବସ୍ଥା . ଏପରିକି ରାସ୍ତା ର ବିପର୍ଯ୍ୟସ୍ଥ ଅବସ୍ଥା କାରଣରୁ ସେହି ରାସ୍ତା ଦେଇ ମୁସଲିମ ସମ୍ପ୍ରଦାୟର ଲୋକ ମସଜିଦ କୁ ନମାଜ ପାଠ କରିବାକୁ ଯାଇ ପାରୁନାହାନ୍ତି . ବିଭାଗୀୟ ଅଧିକାରୀଙ୍କର ଖାମଖିଆଲି ନୀତି କାରଣରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି . ବାରମ୍ବାର ଗ୍ରାମବାସୀ ମାନେ ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ ହେଉନାହିଁ .

Exit mobile version