Site icon Awaj Media

ଆନ୍ତର୍ଜାତିକ ଫିଜିଓଥେରୋପି ଦିବସ ପାଳନ !!!

Spread the love

ଲାଇଫ ଷ୍ଟାଇଲ୍ ଫିଜିଓ ଥେରପି କ୍ଲିନିକ୍ ଏଣ୍ଡ୍ ରିହାବିଲେସନ ସେଣ୍ଟର ଦ୍ୱାରା ଆୟୋଜିତ ।

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହରେ ପାଳିତ ହୋଇ ଯାଇଛି ଆନ୍ତର୍ଜାତିକ ଫିଜିଓ ଥେରାପି ଦିବସ । ଗଜପତି କଳା ପରିଷଦର ଶିଳ୍ପୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ତନୁଜା ଶତପଥୀ ସ୍ଵାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ଉଦଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ କଲ୍ୟାଣୀ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଅଧିକାରୀ, ଡାକ୍ତର ଅରୁଣ ନାୟକ, ଡାକ୍ତର ଶିଶିର କୁମାର ଜେନା, ଡାକ୍ତର ବନ୍ଦନା ସ୍ୱାଇଁ, ଡି.ପ୍ରିୟଙ୍କା, ନିୟତି ର ପ୍ରତିଷ୍ଠାତା ତଥା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ମଞ୍ଚାସିନ ରହି ସମ୍ପ୍ରତି କୋଭିଡ୍ ସମୟରେ ଫିଜିଓଥେରୋପିର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ . ନିତ୍ୟ ବ୍ୟାୟାମ , ଯୋଗ, ନିୟମିତ ଶାରୀରିକ ଖେଳର ଆବଶ୍ୟକତା ଜରୁରୀ କହିଥିଲେ । ଅନ୍ୟତମ ବକ୍ତା ଭାବେ ଆରୂପାଞ୍ଜଳି ମହାନ୍ତି ସହ- ଫିଜିଓଥେରୋପିଷ୍ଟ, ଭାଗବତ ପାଢ଼ୀ, ଦେବଦତ୍ତ ବେବର୍ତ୍ତା, ବିଷ୍ଠ୍ନପ୍ରିୟା ମଣ୍ଡଳ, ସସ୍ମିତା ସାହୁ ଯୋଗ ଦେଇଥିବା ବେଳେ ଫିଜିଓଥେରୋପି ରେ ଉପକୃତ ହୋଇଥିବା ଦୁଇ ଜଣ ହିତାଧିକାରୀ କୁସୁମ ପଣ୍ଡା ଏବଂ ଜୟନ୍ତ ପଣ୍ଡା ନିଜର ସକରାତ୍ମକ ଅଭିଜ୍ଞତା ସମ୍ପର୍କରେ କହିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ପାଳନ ଅବସରରେ ଗୀତ ଏବଂ ନୃତ୍ୟ ଶିଳ୍ପୀ ମାନଙ୍କୁ ପ୍ରମାଣ ପାତ୍ର , ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଶ୍ରୀଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର ପାରଳାଖେମୁଣ୍ଡି ଦ୍ଵାରା ଓଡ଼ିଶୀ ସହ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶାଶ୍ଵତୀ ବେବର୍ତ୍ତା,, ଅରୁପାଞ୍ଜଳି ମହାନ୍ତି, ଡି.ପ୍ରିୟଙ୍କା, ଅରୁଣ ନାୟକ ପରିଚାଳନା କରିଥଲେ ।

Exit mobile version