ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ପାରଳାଖେମୁଣ୍ଡି ନିକଟସ୍ଥ ଡକ୍ଟର ବାଞ୍ଜିରୀ ଗ୍ରାମରେ ‘ଆକାଂକ୍ଷା ମହିଳା ସଙ୍ଗଠନ’ ଓ ‘ସଖୀ ୱାନ ଷ୍ଟପ ସେଣ୍ଟର’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇ ଯାଇଛି । ପ୍ରଥମେ ଏକ ସଚେତନତା ରାଲି ଗ୍ରାମ ପରିକ୍ରମା କରିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ସଭାରେ ”ଆକାଂକ୍ଷା ମହିଳା ସଙ୍ଗଠନର” ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ, ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ ତଥା ସଖୀ ‘ସଖୀ ୱାନ ଷ୍ଟପ ସେଣ୍ଟର’ ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ସୁଶ୍ରୀ ମମତା ପାଢୀ, ଶ୍ରୀମତୀ ସୁନିତା ବେହେରା, ଶ୍ରୀମତୀ ଅନିତା ମିଶ୍ର, ଶ୍ରୀମତୀ ଉଷାରାଣୀ ମିଶ୍ର ପ୍ରମୁଖ ଯୋଗଦେଇ ସାକ୍ଷରତା ଦିବସର ଗୁରୁତ୍ୱ ଓ ଶିକ୍ଷା ର ଆଵଶ୍ୟକତା ବିଷୟରେ ବୁଝାଇଥିଲେ . ନାରୀ ନିର୍ଯ୍ୟାତନା ରୋକିବାରେ ‘ସଖୀ ୱାନ ଷ୍ଟପ ସେଣ୍ଟର’ ର ଭୂମିକା ଉପରେ ଆଲୋକପାତ କରା ଯାଇଥଲା । ଉକ୍ତ ସଭାରେ ଉପସ୍ଥିତ ସମସ୍ତଙ୍କୁ ”ବର୍ଣ୍ଣବୋଧ” ବହି, ମାସ୍କ , ସାନିଟାଇଜର ଏବଂ ବିସ୍କୁଟ ବିତରଣ କରାଯାଇଥିଲା ।

