Site icon Awaj Media

ଜାତୀୟ ସମ୍ମିଳନୀରେ ଯୁବ ଜ୍ୟୋତିଷ ସମ୍ମାନୀତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ବଡ଼ସାହିର ପାଲା ଗାୟକ ଦାଶରଥି ପଣ୍ଡାଙ୍କ ସାନ ପୁଅ ଜ୍ୟୋର୍ତିବିଦ ରଜନୀକାନ୍ତ ପଣ୍ଡା ମଧ୍ୟପ୍ରଦେଶର ଜବଲପୁରସ୍ଥ ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ଗବେଷଣା କେନ୍ଦ୍ରର ଷଷ୍ଠ ରାଷ୍ଟ୍ରୀୟ ଉତ୍ସବରେ ଯୋଗ ଦେଇ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ଉତ୍ସବରେ ଅନୁଷ୍ଠାନ ର କାର୍ଯ୍ୟକାରୀ ପ୍ରବନ୍ଧକ ଡ଼ଃ ସ୍ୱାଗତିକା ପତି, ପୁରସ୍କାର କମିଟିର ମୁଖ୍ୟ ପ୍ରଫେସର ଡ଼ଃ ପି.ଆର ହାଲଦାର , ଜବଲପୁର ବିଧାୟକ ଆଶୋକ ରୋହାନୀ, ଶଙ୍କରାଚାର୍ଯ୍ୟ ସ୍ୱାମୀ ଚୈତନ୍ୟାନନ୍ଦଜୀ ମହାରାଜ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜ୍ୟୋତିଷ ଶ୍ରୀ ପଣ୍ଡାଙ୍କୁ ଜ୍ୟୋତିଷ ବିଦ୍ୟା ମହାସାଗର ସମ୍ମାନ ଉପାଧି ଦେଇ ସମ୍ମାନୀତ କରିଥିଲେ ।

Exit mobile version