Site icon Awaj Media

ଚିଲିକା ବାଣପୁର ଅଞ୍ଚଳରେ TPCODL ର ମନମାନୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ଏବଂ ବାଣପୁର ଅଞ୍ଚଳରେ ଟାଟା ପାୱାର ର ମନମାନୀ . ବଜାର ଦର ହିସାବ ରେ ଗୋଟିଏ ମିଟର ପିଛା ୧୨୦୦ ରୁ ୧୩୦୦ ଟଙ୍କା ରହିଥିବା ବେଳେ ଯେଉଁମାନେ ନୂତନ ମିଟର ବସାଉଥନ୍ତି, ତାଙ୍କଠାରୁ ବାଣପୁର TPCODL ମାସିକ ବିଦ୍ୟୁତ୍ ବିଲ୍ ସହିତ ୪୦ ଟଙ୍କା ଲେଖାଏଁ ୫ ବର୍ଷ ପର୍ଯ୍ୟନ୍ତ ନେବାକୁ ଧାର୍ଯ୍ୟ କରିଛନ୍ତି . ଯାହା ଫଳରେ ସମୁଦାୟ ୨୪୦୦ ଟଙ୍କା ହେଉଛି, ଏଥିରେ ଅନିୟମିତତା ହେଉଥିବା ଲକ୍ଷ୍ୟ କରି ସୂଚନା ଅଧିକାର ମାଧ୍ୟମରେ କାର୍ଯ୍ୟାଳୟ କୁ ତଥ୍ୟ ମାଗିଲେ ବାଣପୁର ରତନପୁର ଗ୍ରାମର ସାମାଜିକ କର୍ମୀ ଶ୍ରୀକାନ୍ତ କୁମାର ବେହେରା । ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଟାଟା ପାୱାର ବିଭିନ୍ନ ଉପାୟରେ ଶୋଷଣ କରୁଥିବାର ଲଗାତାର ଅଭିଯୋଗ ଆସୁଅଛି ।

Exit mobile version