Site icon Awaj Media

ବଢ଼ିବନି ମୂର୍ତ୍ତୀ ଉଚ୍ଚତା : ସ୍ପଷ୍ଟ କଲେ ରାଜ୍ୟ ସରକାର !!!

Spread the love

ଏସଆରସି ଙ୍କ ସୂଚନା ପରେ କଟକ ରେ ତୀବ୍ର ହେବାରେ ଲାଗିଛି ଅସନ୍ତୋଷ

କଟକ ସଦର (ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପାର୍ବଣ ଋତୁ ପୂର୍ବରୁ ପୂଜା ପାଳନ ପାଇଁ ସରକାର ଏସଓପି ଜାରି କରିବା ପରେ କଟକ ସହରରେ ଦେଖା ଦେଇଥିଲା ପ୍ରତିବାଦ . ମହାମାରୀ ସଂକ୍ରମଣ ସହିତ ମା ‘ ଙ୍କ ମୂର୍ତ୍ତୀ ଉଚ୍ଚତା ର କଣ ସମ୍ପର୍କ ରହିଛି ବୋଲି ପ୍ରଶ୍ନ ଉଠାଇ , ନୀରବ ପ୍ରତିବାଦ ଆରମ୍ଭ କରିଥିଲେ କଟକ ସାମାଜିକ ସଂଘର ସଦସ୍ୟ . ରାସ୍ତା ଉପରେ ଆନ୍ଦୋଳନ ତୀବ୍ର ହେବାରୁ ସରକାରଙ୍କ ସହିତ କଟକ ପୂଜା କମିଟିର ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ . ତେବେ ମହାମାରୀ ସଂକ୍ରମଣ ଦୃଷ୍ଟିରୁ , ଜାରି କରାଯାଇଥିବା ଗାଇଡ଼ ଲାଇନ ଅପରିବର୍ତ୍ତିତ ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି . ଅନ୍ୟ ପକ୍ଷରେ ଜିଲ୍ଲାର ଏକାଧିକ ସାମାଜିକ ସଂଗଠନ କରିଆସୁଥିବା ଦାବୀ ଆଗ୍ରାହ୍ୟ ହେବା ପରେ ବଢ଼ିବାରେ ଲାଗିଛି ଅସନ୍ତୋଷ . ପୁନଶ୍ଚ ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି ତରଫରୁ କଟକ ବନ୍ଦ ଡାକରା ଦିଆଯାଇଛି . ଦୁର୍ଗତିନାଶିନୀ ମା ଦୁର୍ଗାଙ୍କର ପୂଜାରେ କୌଣସି ପ୍ରକାର ବାଧା ସୃଷ୍ଟି ନ ହେଉ ଏନେଇ କଟକ ବାସିନ୍ଦା ମାନଙ୍କର ଦାବୀକୁ ସରକାର ମାନିବା ପାଇଁ ନାରାଜ । ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସର୍ବୋପରି ବୋଲି ଦର୍ଶାଇ ଜାରି ହୋଇଥିବା ନିୟମାବଳୀ ଅନୁସାରେ ପୂଜାବିଧି ସମ୍ପନ୍ନ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

Exit mobile version