Site icon Awaj Media

ଭଙ୍ଗାଗଲା ପଞ୍ଚମୁଖୀ ହନୁମାନ ମନ୍ଦିର : ଭକ୍ତଙ୍କ ଭାବାବେଗ ପ୍ରତି କୁଠାରଘାତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଅଦାଲତଙ୍କ ଆଦେଶ କ୍ରମେ ଭଙ୍ଗାଗଲା ପଞ୍ଚମୁଖୀ ହନୁମାନ ମନ୍ଦିର , ଭକ୍ତଙ୍କ ଭାବାବେଗ ପ୍ରତି କୁଠାରଘାତ . କଟକ ଜିଲ୍ଲା ସାଲେପୁର ବ୍ଲକ ଓ କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ପଞ୍ଚମୁଖୀ ହନୁମାନ ମନ୍ଦିର କୁ ପ୍ରଶାସନ ତରଫରୁ ଭଙ୍ଗ ଯାଇଛି । ସ୍ଥାନୀୟ ଜନସାଧରଣଙ୍କ ବହୁ ବିରୋଧ ଓ ଆଇନଗତ ଲଢେଇ ପରେ ମଧ୍ୟ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶରେ ମାଟିରେ ମିଶିଲା ମନ୍ଦିର . ମାନ୍ୟବର ଅଦାଲତ ଶେଷରେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଖାରଜ କରିଦେବା ପରେ ମନ୍ଦିର ଭଙ୍ଗା ହେବା ସ୍ପଷ୍ଟ ହୋଇଥିଲା । ଏଥିପାଇଁ ଏହି ପୀଠ ଏବଂ ତାହାର ଆଖପାଖ ଜନବସତି ଅଞ୍ଚଳରେ 144 ଧାରା ଜାରି କରି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇ 6 ଗୋଟି ଜେସିବି ଲଗାଇ ମନ୍ଦିର ଭଙ୍ଗାଯାଇଛି । ଏହି କାର୍ଯ୍ୟରେ କଟକ ଏଡିଏ ମ୍ , ସ୍ଥାନୀୟ ତହସିଲଦାର, ବିଡ଼ିଓ , ଜଳସେଚନ ଅଧିକାରୀଙ୍କ ସମେତ ଜିଲ୍ଲା ପୋଲିସର ଉଚ୍ଚ ଅଧିକାରୀ ମଧ୍ୟ ନିୟୋଜିତ ଥିଲେ ।

Exit mobile version