Site icon Awaj Media

ଜାଗା ମିଶନ ଅଧୀନରେ ଲୋକଙ୍କୁ ଘର ଓ ବାସସ୍ଥାନ ଯୋଗାଣ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ ଅବସରରେ ଢେଙ୍କାନାଳ ସହରର କୋରିହଁ। ଜୁଆଙ୍ଗ ସାହିର ଜରିଗୋଟାଳି, ଭୂମିହୀନ 48 ଲୋକଙ୍କୁ ଜାଗା ମିଶନ ଜରିଆରେ ବାସସ୍ଥାନ, ପାଇଖାନା, ବିଜୁଳି ଆଲୋକ, ପ୍ରମୋଦ ଉଦ୍ୟାନ ଆଦି ଯୋଗାଇ ଦେବା ପାଇଁ ଆଜି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଭୂମି ପୂଜନ କରିଛନ୍ତି । ସହରର ଭୂମିହୀନ ମାନଙ୍କୁ ସ୍ଥାୟୀ ବାସସ୍ଥାନ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କର ଯେଉଁ ଯୋଜନା ରହିଛି , ସେହି ଯୋଜନା ଆଧାରରେ ଢେଙ୍କାନାଳର କୋରିହଁ। କାଠଗଡ଼ା ଜୁଆଙ୍ଗ ସାହି, ବନମାଳୀ ପ୍ରସାଦ ରେ ମଧ୍ୟ ଏହି କାର୍ଯ୍ୟ ଆଗକୁ କାର୍ଯ୍ୟକାରୀ କରାଯିବ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ମତ ଦେଇଛନ୍ତି । ସ୍ଥାନୀୟ ବାସିନ୍ଦା ମାନେ ସରକାରଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଶିଶିର କୁମାର ମଲ୍ଲିକ ଢ଼କୁଣିଆ ସାହି ର ସଭାପତି ସରକାରଙ୍କର ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଷ୍ଟେସନ ବଜାରର ସଂଜୀବ କଲୋନୀ ର ବାସିନ୍ଦା ଜାଗର ବେହେରା ସରକାରଙ୍କର ଏଭଳି କାର୍ଯ୍ୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଏବଂ ପୋୖରାନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ସଦର ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା ,ପୌରପାଳିକ ଯନ୍ତ୍ରୀ ରଶ୍ମିତା ମିଶ୍ର ଏବଂ ମୁନିସିପାଲିଟି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version