Site icon Awaj Media

ଶିକ୍ଷାବିତ ଡକ୍ଟର ସୁଦର୍ଶନ ଶତପଥୀଙ୍କ ସ୍ମୃତି ସଦା ଜୀବନ୍ତ : ସାହିତ୍ୟିକ ପିତାମ୍ବର ମହାପାତ୍ର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କନ୍ଦରପୁର ଓ ଅଳକା ମହାବିଦ୍ୟାଳୟର ଅବସର ପ୍ରାପ୍ତ ପୂର୍ବତନ ଅଧ୍ୟକ୍ଷ ସୁସାହିତ୍ୟିକ, ଅନନ୍ୟ ବ୍ୟକ୍ତିତ୍ଵ ଡକ୍ଟର ଶତପଥୀଙ୍କ ଦ୍ଵାଦଶାହରେ ସ୍ମୃତି ଚାରଣ ସଭା କବି ପିତାମ୍ବର ମହାପାତ୍ର ପୌରହିତ୍ୟରେ ଉମାକାନ୍ତ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସରସ୍ୱତୀ କଳା ପରିଷଦ ଓ ରୟାଲ ଏକାଡେମୀ ପକ୍ଷରୁ ଆୟୋଜିତ ସଭାରେ କଳା ପରିଷଦର ସଭାପତି ପ୍ରତିଭା ଶତପଥୀ, ଅରକ୍ଷିତ ଭୋଇ, କବି ବିକ୍ରମ ନନ୍ଦ , ମାନସ ରଞ୍ଜନ ସ୍ୱାଇଁ ,ବ୍ୟଙ୍ଗକବି ପ୍ରତାପ ବେହେରା, ଶିବ ନାରାୟଣ ସ୍ୱାଇଁ , ବିକଳି ଚରଣ କର, ଦୁର୍ଗା ପ୍ରସନ୍ନ ମିଶ୍ର, ରମାକାନ୍ତ ନାୟକ, ଦୀପକ ଜେନା, ନାଟ୍ୟକାର ଅଶୋକ ପଟ୍ଟନାୟକ, ପ୍ରଦୀପ୍ତ କର, ନିରଞ୍ଜନ କାନୁନଗୋ, ବିଶ୍ୱମ୍ବର ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଶତପଥୀଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ ।

Exit mobile version