Site icon Awaj Media

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଉଦଘାଟନ କଲେ ଦଶପଲ୍ଲା ବିଧାୟକ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ନୟାଗଡ ଜିଲ୍ଲା ନୁଆଗାଁ ବ୍ଳକ୍ ମାଳିସାହି ପଞ୍ଚାୟତର ଗତିଶ୍ଵର ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ରକ୍ତଦାନ ଶିବିର କୁ ଦଶପଲ୍ଲା ବିଧାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ନୂଆଗାଁ ବ୍ଳକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ , କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଜୟ ବିଜୟ କୁମାର ସାସମଲ , ବ୍ଲକ ଉପଧକ୍ଷ୍ୟା ପୁଷ୍ପାଞ୍ଜଳୀ ସାହୁ , ନୟାଗଡ଼ ଜିଲା ବିଜେଡି ଉପ-ସଭାପତି ଦିଲ୍ଲିପ କୁମାର ଦଳବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ଶିବିରରେ ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି ।।

Exit mobile version