ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବର୍ଷାରେ ଭୁଶୁଡି ପଡିଲା ନୂତନ ଭାବେ ନିର୍ମିତ ହୋଇଥିବା ପୋଖରୀ ପାଚେରୀ . କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଙ୍କୀ ଏନଏସି ଦ୍ୱାରା ଚକାପଦା ଗ୍ରାମ ଠାରେ ନିର୍ମାଣ ଧୀନ ପୋଖରୀର ପଚାଶ ଫୁଟ ଲମ୍ବର ସ୍ମାର୍ଟ ପାଚେରୀ ଟି ଭୁଶୁଡି ପଡିଛି । ନିମ୍ନମାନର କାମ ହୋଇଥିବାରୁ ପାଚେରୀଟି ଭୁଶୁଡି ଥିବାର ଅଭିଯୋଗ ଆଣିଲେ ଗ୍ରାମବାସୀ । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହିତ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟ ବାସିନ୍ଦା । ସୂଚନା ଥାଉକି , ଏଠି ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଚକାପଦା ଗ୍ରାମ ପୋଖରୀର ଚାରିପଟେ ବାଙ୍କୀ ଏନଏସି ପକ୍ଷରୁ ପୋଖରୀ ସୁରକ୍ଷା ଓ ସୌନ୍ଦର୍ଯ୍ୟ କରଣ ପାଇଁ ସିମେଣ୍ଟ ଢଳାଇ ଗାର୍ଡ ୱାର୍ଲ ତିଆରି ହେଉଥିବା ବେଳେ ଗତ ଏକ ମାସ ତଳେ ପୋଖରୀର ଏକ ପାର୍ଶ୍ୱରୁ 50 ଫୁଟ ଲମ୍ବର ନୂତନ ନିର୍ମାଣଧୀନ କଂକ୍ରିଟ ସାଇଟ ୱାଲ ଢଲାଈ ଭୁଶୁଡି ପଡି ଥିବାବେଳେ ଅଳ୍ପକେ ବର୍ତ୍ତିଥିଲେ ଗ୍ରାମବାସୀ. ଆଉ ଏଭଳି ନିର୍ମାଣଧୀନ ପାଚେରୀ ଭଶୁଡିବା ଯୋଗୁ ଲୋକଙ୍କ ମନରୁ ଭୟ ଯାଇ ନଥିବା ସମୟରେ ଏବେ ପୁଣି ଥରେ ଘଟଣାକୁ ଏକ ମାସ ନ ବିତୁଣୁ ପୋଖରୀରେ ନିର୍ମାଣ ହୋଇଥିବା ଆଉ ଏକ ପାର୍ଶ୍ୱରୁ 50 ଫୁଟ ଲମ୍ବର କଂକ୍ରିଟ ସାଇଟ ୱାର୍ଲ ଭୁଶୁଡିବା ଯୋଗୁ ଏବେ ସମ୍ପୂର୍ଣ୍ଣ ଭୟଭୀତ ସ୍ଥାନୀୟ ଚକାପଦା ମାଳିସାହିର ଅଧିବାସୀ ମାନେ. ବାରମ୍ବାର ନୂତନ ନିର୍ମାଣଧୀନ ସୁରକ୍ଷା ୱାର୍ଲ ଭୁଷୁଡ଼ି ପଡିବାକୁ ନେଇ ଗ୍ରାମଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ବିହାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କୁ ଦାୟୀ କଲେ ଗ୍ରାମବାସୀ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କଲେ ଦାବି କରିବା ସହିତ , ଯଦି ଏ ଦିଗରେ ପ୍ରଶାସନ କୌଣସି ଠୋସ ପଦକ୍ଷେପ ନ ନିଅନ୍ତି ତେବେ ରାଜରାସ୍ତାକୁ ଓହ୍ଲାଇବା ସହିତ ଆନ୍ଦୋଳନର ପନ୍ଥା ଆପଣେଇବେ ବୋଲି ସ୍ଥାନୀୟ ଚକାପଦା ଅଞ୍ଚଳବାସୀ ଦେଲେ ଚେତାବନୀ ।
କେତେ ମଜବୁତ ହୋଇଥିଲା କାମ : ବର୍ଷାରେ ମାଟି କାମୁଡ଼ିଲା ପାଚେରୀ !!

