Site icon Awaj Media

୫୪୦ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର କରାଳ ଗ୍ରାସରୁ ମୁକ୍ତି ପାଇବା ପାଇଁ ସମଗ୍ର ରାଜ୍ୟ ବାସୀଙ୍କୁ ସଚେତନ କରିବା ନିମନ୍ତେ ନିରସ୍ତ୍ର ସୈନିକ ସାଜି ଆଜକୁ ୫୪୦ଦିନ ଧରି ଲଢ଼ିଆସିଛି ଓଡ଼ିଶାର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ରାଜ୍ୟର ଯାଜପୁର ଜିଲ୍ଲା ଅନ୍ତର୍ଗତ ବାବଲପୁରସ୍ଥିତ ଏହି ସଙ୍ଗଠନ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ଗରିବ, ଅସହାୟ , ମାନସିକ ଅନଗ୍ରସର ମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ବସ୍ତ୍ର, ମାକ୍ସ, ସାବୁନ, ସାନିଟାଇଜର ଆଦି ଯୋଗାଣ ସହ ଆର୍ଥିକ ସହାୟତା ଯୋଗାଇ ଆସୁଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ପରାମର୍ଶ କ୍ରମେ ଶ୍ରୀମତୀ ମଧୁସ୍ମିତା ନାୟକ, ତୁଳସୀ ମଲ୍ଲିକ, ମାଷ୍ଟର ମିହୀର କୁମାର, ପ୍ରେମଚାନ୍ଦ ପରିଡା ଆଦି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।

Exit mobile version