Site icon Awaj Media

ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଢେଙ୍କାନାଳ ରେ ସାମ୍ବାଦିକ ସମ୍ମିଳନୀ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ସୂର୍ଯ୍ୟ ମଣ୍ଡପ ଠାରେ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଏକ ଗଣମାଧ୍ୟମ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖା ଯାଉଥିବା କୃଷକ ମାନଙ୍କର ସମସ୍ୟାକୁ ନେଇ ପ୍ରେସ ଇସ୍ତାହାର ପ୍ରଦାନ କରାଯାଇଛି । କୃଷକ ମାନଙ୍କର କେଉଁ କେଉଁ ସମସ୍ୟା ରହିଛି ସେ ସମ୍ବନ୍ଧରେ ଆଲୋଚନା କରାଯିବା ସହ ସେସବୁ ସମସ୍ୟା ଗୁଡିକ କିଭଳି ଭାବେ ସମାଧାନ କରାଯାଇ ପାରିବ ସେଥି ନେଇ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିବେ ବୋଲି ପ୍ରଦେଶ କିଷାନ କଂଗ୍ରେସ ର ଅଧକ୍ଷ ଅମୀୟ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲା କିଷାନ କଂଗ୍ରେସ ତରଫରୁ ସରକାର ଙ୍କ ପାଖରେ ରଖାଯାଇଥିବା ଦାବି ଗୁଡିକ ହେଲା , ଫସଲ ଉଜୁଡ଼ି ଯାଇଥିବା ଅଞ୍ଚଳକୁ ମରୁଡି ଘୋଷଣା କରାଯାଉ, ସରକାରଙ୍କର ପକ୍ଷରୁ ଚାଷୀକୁ ପ୍ରାକ ରବି ଫସଲ ପାଇଁ ବିହନ, ପନିପରିବା ମଞ୍ଜି ଯୋଗାଇ ଦିଆଯାଉ, ଖରିଫ ଋଣ ଛାଡ କରାଯାଉ, ରବି ଚାଷ ପାଇଁ ବିନା ସୁଧ ରେ ଚାଷୀଙ୍କୁ ଏକ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉ , ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ଚାଳିଶ ହଜାର ସହାୟତା ଦିଆଯାଉ, ଦାଦନ ଶ୍ରମିକ ରୋକିବା ଓ କୃଷି ଶ୍ରମିକ ମାନଙ୍କୁ ମନେରେଗା ରେ ଅଧିକ କର୍ମ ନିଯୁକ୍ତି ଦିଆଯାଉ, ଚାଷୀଙ୍କ ଉପରେ ବକେୟା ବିଦ୍ୟୁତ ଶୁଳ୍କ ଛାଡ଼ କରାଯାଉ, ଉଠା ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଉ ଏବଂ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଉ । ଆଜିର ଏହି ଗଣମାଧ୍ୟମ ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସ ର ଅଧକ୍ଷ ଅମୀୟ କୁମାର ପଟ୍ଟନାୟକ , ଜିଲ୍ଲା କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁ ଙ୍କ ସମେତ ଅନ୍ୟ କାର୍ଯ୍ୟକାର୍ତ୍ତା ମାନେ ଉପସ୍ଥିତ ଥିଲେ ।

Exit mobile version