Site icon Awaj Media

ଆରପାରି ରେ ଘନ ସାର . . .

Spread the love

କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଳାପଥର ନିକଟସ୍ଥ ପର୍ଶୁରାମପୁର ଗ୍ରାମର ବରିଷ୍ଠ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଶିକ୍ଷକ ଘନଶ୍ୟାମ ଭୋଇଙ୍କର ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି . ବାଙ୍କୀ ନିର୍ବାଚନ ମଣ୍ଡଳୀର ଜଣେ ଆଦର୍ଶ ଶିକ୍ଷକ ଘନଶ୍ୟାମ ଭୋଇ . 76 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି . ହାଇସ୍କୁଲ ଶିକ୍ଷକ ଭାବରେ ଚାକିରୀ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ଘନଶ୍ୟାମ ଭୋଇ ଡମପଡା ପ୍ରିତମ କୁମାରୀ ବିଦ୍ୟାମନ୍ଦିର ରେ ଶିକ୍ଷକତା ଆରମ୍ଭ କରିଥିଲେ . ଦୀର୍ଘ 32 ବର୍ଷ ଶିକ୍ଷକତା କରି ବହୁ ଛାତ୍ର ଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ ଗଠନରେ ସହାୟକ ହୋଇଥିଲେ . ଚାକିରୀ ର ଶେଷ ସମୟରେ କଳାପଥର ଧଳାପଥର ହାଇସ୍କୁଲ ରେ ଶିକ୍ଷକତା କରି 2004 ମସିହାରେ ଅବସର ଗ୍ରହଣ କରିଥିଲେ. ଅବସର ପରେ ନିଜ ଗ୍ରାମ ପର୍ଶୁରାମପୁର ର ମୁରବି ଦାୟିତ୍ୱ ତୁଲାଇଥିଲେ . ଏଥି ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ସମାଜ ମଙ୍ଗଳ କର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ. ତାଙ୍କର ବିୟୋଗ ଖବର ଜଣା ପଡିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା . ସ୍ଥାନୀୟ ଅଞ୍ଚଳର ବହୁ ସାମାଜିକ କର୍ମୀ , ରାଜନୈତିକ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଏବଂ ଛାତ୍ରଛାତ୍ରୀ ତାଙ୍କର ଅନ୍ତିମ ଦର୍ଶନ କରିବା ସାହିର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ . ସୂଚନା ମୁତାବକ ଆସନ୍ତା କାଲି ଦିବା 10 ଘଟିକା ସମୟରେ ବିଦ୍ୟାଳୟ ପରିସରରେ ସ୍ୱର୍ଗତ ଘନଶ୍ୟାମ ଭୋଇ (ଘନ ସାର) ଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯିବ .

Exit mobile version