Site icon Awaj Media

ଅଧାପନ୍ତରିଆ ହୋଇ ପଡି ରହିଥିଲା ରାସ୍ତା : ଲଗାଣ ବର୍ଷାରେ ଅବସ୍ଥା ବେହାଲ !!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରୀ ଗ୍ରାମ ପଞ୍ଚାୟତ ର ଡାକଢୋଲ ଗ୍ରାମ ର ରାସ୍ତାର‌‌ ଅବସ୍ଥା ଦୟନୀୟ ଅବସ୍ଥାରେ କିଛି ବର୍ଷ ହେଲା ପଡ଼ି ରହିଥିଲା । 2016 ମସିହାରେ ଥୁଆବାରି ଠାରୁ ଆରମ୍ଭ କରି ଡାକଢୋଲ ଗ୍ରାମ ଦେଇ ଆଡିପଡା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ କାମ ହେବା ପାଇଁ ମଞ୍ଜୁର ହୋଇଥିଲା . ତେବେ ସମ୍ପୃକ୍ତ ଠିକାଦାର ପ୍ରାୟ ଚାରି କିଲୋମିଟର ପର୍ଯ୍ୟନ୍ତ ରାସ୍ତା କୁ ସମ୍ପୁର୍ଣ୍ଣ କରି ଡାକଢୋଲ ଠାରୁ ଆଡିପଡା ପର୍ଯ୍ୟନ୍ତ ରାସ୍ତା କୁ ନ କରି ଛାଡ଼ି ଦେଇଥିଲେ । ଏହା ପରେ ଗ୍ରାମର ଲୋକମାନେ ସେଠାକାର ସ୍ଥାନୀୟ ସରପଞ୍ଚ , ବିଧାୟକଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି କର୍ଣ୍ଣପାତ କରି ନଥିବା ଗ୍ରାମବାସୀ ମାନେ ଜଣାଇଛନ୍ତି । କିନ୍ତୁ ଏବେ ଦୁଇ ଦିନ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହି ରାସ୍ତା ମରଣଯନ୍ତା ପାଲଟିଛି , ଯାହାଫଳରେ ଲୋକ ମାନେ ଜରୁରୀ କାମ ପଡ଼ିଲେ ମଧ୍ୟ ଯାଇପାରୁ ନଥିବା ବେଳେ ରୋଗୀ ମାନେ ଚିକିତ୍ସିତ ହେବା ପାଇଁ ମେଡିକାଲ କୁ ଯାଇ ପାରୁ ନାହାଁନ୍ତି ଏବଂ ତା ସହ ଗ୍ରାମ ରେ ପାଠ ପଢିବା ପାଇଁ ସୁବିଧା ନଥିବାରୁ ପିଲା ମାନେ ପାଠ ପଢିବାକୁ ବାହାରକୁ ଯିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି . ତେଣୁ ଯଦି ଏହି ରାସ୍ତା କାମ ଅତି ଶୀଘ୍ର ନ ହୁଏ ତେବେ ଗ୍ରାମର ଲୋକମାନେ ଭୋଟ ବର୍ଜନ କରିବା ସହ ଆନ୍ଦୋଳନ ପାଇଁ ରାସ୍ତା କୁ ଓହ୍ଲାଇବେ ବୋଲି ଜଣାଇଛନ୍ତି ।

Exit mobile version