Site icon Awaj Media

ପାରିନୂଆଗାଁ କେନାଲରେ ନବଜାତକ ର ମୃତଦେହ !!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୁଣି ଅଲୋଡ଼ା ହେଲା ନବଜାତକ . କେନାଲରେ ଭାସୁଛି ନବଜାତ ଶିଶୁର ମୃତ ଦେହ . ଏପରି ଅଭାବନୀୟ ଚିତ୍ର ସାମନାକୁ ଆସିଛି ବାଣପୁର ଅଞ୍ଚଳରୁ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପାରିନୂଆଗାଁ କେନାଲରେ ଆଜି ସକାଳେ ଏକ ନବଜାତ ଶିଶୁର ମୃତ ଦେହ ଭାସୁଥିବାର ଦେଖାଯାଇଥିଲା । ସୂଚନା ମୁତାବକ ଆଜି ସକାଳୁ ଗ୍ରାମବାସୀ ମାନେ କେନାଲକୁ ଶୌଚ ହେବା ନିମନ୍ତେ ଯାଇଥିବା ବେଳେ ଏକ ନବଜାତ ଶିଶୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ । କିଏ କଣ ପାଇଁ ଶିଶୁକୁ କେନାଲରେ ଭସେଇଲା ତାହା ସ୍ପଷ୍ଟ ହୋଇ ନଥିବା ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ .

Exit mobile version